କଟକ: ପ୍ରତ୍ୟାହୃତ ହେଲା ଆହୋରାତ୍ର ଧାରଣା। ସୋମବାର କଟକ ମହାନଗର ନିଗମ କାଉନ୍ସିଲ ବୈଠକରେ ଫଳକ ରାଜନୀତି ଓ ନିର୍ବାହି ଯନ୍ତ୍ରୀଙ୍କ ବଦଳି ଦାବିରେ ହଟଗୋଳ ପରେ ସାରାରାତି ଧାରଣାରେ ବସିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି କର୍ପୋରେଟର। ରାତିରେ ଧାରଣାସ୍ଥଳକୁ ମେୟର ସୁବାସ ସିଂହ ଆସି ଆଲୋଚନା କରିଥିଲେ ବି କମିସନର ନ ଆସିବାରୁ ଧାରଣା ସାରାରାତି ଜାରି ରହିଥିଲା। ତେବେ ଆଜି ଅପରାହ୍ନରେ କମିସନର ପହଁଚି ଦାବି ସମ୍ପର୍କରେ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ ବିରୋଧୀ।
ଗତକାଲି ମହାନଗର ନିଗମ କାଉନ୍ସିଲ ବୈଠକରେ ଫଳକ ରାଜନୀତି ଓ ନିଗମର ନିର୍ବାହୀ ଯନ୍ତ୍ରୀଙ୍କ ଦୁର୍ବ୍ୟବହାରକୁ ନେଇ ତୁମ୍ବି ତୋଫାନ ପରେ କାଉନ୍ସିଲ ବର୍ଜନ କରି ମୂଖ୍ୟ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ ବିରୋଧି। ତେବେ ରାତି ୧୦ ଟା ବେଳକୁ ମେୟର ପହଞ୍ଚି ସମସ୍ତଙ୍କ ସହ ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳି ନ ଥିଲା। ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ଦାବି ଓ ଧାରଣାସ୍ଥଳକୁ କମିସନର ଆସିବାକୁ ଜିଦ ଧରିଥିଲେ କର୍ପୋରେଟର। ଆଜି ବି ଦିନ ତମାମ ଧାରଣାରେ ବସିଥିଲେ ବିରୋଧୀ କର୍ପୋରେଟର।
ତେବେ ଅପରାହ୍ନରେ ନିଗମର କମିସନର ପହଞ୍ଚି ଧରଣରତ କର୍ପୋରେଟରଙ୍କ ସହ ଆଲୋଚନା କରି ବିଭିନ୍ନ ଦାବି ପୂରଣ ଦିଗରେ ପ୍ରତିଶ୍ରୁତି ଦେବାପରେ ପ୍ରତ୍ୟାହୃତ ହୋଇଥିଲା ଧାରଣା। ଗତକାଲି ମହାନଗର ନିଗମ କାଉନସିଲ ବୈଠକ ଆରମ୍ଭରୁ ହୋଇଥିଲା ହଟଗୋଳ। ଫଳକ ରାଜନୀତି ଓ ନିଗମର ନିର୍ବାହୀ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଓ ବଦଳି ଦାବିରେ ହୋ ହାଲ୍ଲା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି। ପରେ ମୁଖ୍ୟ ଗେଟ ନିକଟରେ ଧାରଣାରେ ବସି ରହିଥିଲେ।ରାତି ପାଖାପାଖି ୯ଟା ବେଳକୁ ଧାରଣା ସ୍ଥଳରେ ପହଞ୍ଚିଥିଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ। ପରେ ବିଜେପି ନେତା ନୟନ ମହାନ୍ତି ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପହଞ୍ଚି ଧାରଣାରତ କର୍ପୋରେଟର ଙ୍କ ସହ ଆଲୋଚନା କରିଥିଲେ।
ବିରୋଧୀ କର୍ପୋରେଟରମାନେ ଧାରଣାରେ ବସି ରହିଥିଲେ ବି କମିସନର ନ ଆସିବା ଦୁର୍ଭାଗ୍ୟଜନକ ବୋଲି ବିଧାୟକ ମୋକିମ କହିଥିଲେ। ପରେ ରାତି ୧୦ ଟା ବେଳକୁ ମେୟର ମଧ୍ୟ ପହଞ୍ଚି ଧାରଣା ଛାଡ଼ି ଆଲୋଚନା କରିବାକୁ ନିବେଦନ କରିଥିଲେ। କିନ୍ତୁ କମିସନର ଧାରଣାସ୍ଥଳକୁ ନ ଆସିବାରୁ ରାତିସାରା ଧାରଣାରେ ବସିଥିଲେ କର୍ପୋରେଟର ମାନେ। ତେବେ ଆଜି ମେୟର ଓ କମିସନର ଧାରଣାରତ କର୍ପୋରେଟରଙ୍କ ସହ ଆଲୋଚନା କରିଛନ୍ତି। ଧାରଣା ପ୍ରତ୍ୟାହୃତ ହୋଇଛି ଏବଂ ସବୁ ସମସ୍ୟାର ସମାଧାନ କରାଯାଇଛି ବୋଳି ମେୟର କହିଛନ୍ତ। ଆସନ୍ତା ତିନି ଦିନ ମଧ୍ୟରେ ନାମ ଫଳକରେ ବିଧାୟକଙ୍କ ନାଁ ରହିବା, ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ଉପରେ କମିସନର ନିଷ୍ପତ୍ତି ନେବା ଓ ଗତକାଲି ର କାଉନ୍ସିଲ ବୈଠକର ରିଜୋଲେସନ ବାତିଲ କରା ନ ଗଲେ ଆଗାମୀ କାଉନ୍ସିଲ ବୈଠକରେ ବିରୋଧୀ ଏହାର ଉଚିତ ଜବାବ ଦେବ ବୋଲି କହିଛି।