କେନ୍ଦୁଝରରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର: ବିଜେପିର ଏକଛତ୍ରବାଦ ଶାସନ ଦେଶକୁ ତଳିତଳାନ୍ତ କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏନେଇ ସ୍ବର ଉଠାଇବାରୁ ତାଙ୍କ ସାଂସଦ ରଦ୍ଦ କରାଯିବା ସହିତ ହଇରାଣ ହରକତ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଦଳୀୟ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି କେନ୍ଦୁଝର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋଟଚିତ୍ରରେ ନିଆଁ ଲଗାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏଥିରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଉପସଭାପତି ବସନ୍ତ କୁମାର ଦାସ, ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାୟକ, କଂଗ୍ରେସ ସେବାଦଳ ଅଧ୍ୟକ୍ଷ ବୀରବର ମହାନ୍ତ, ସୋସିଆଲ ମିଡିଆ ସଂଯୋଜକ ସୁଢ଼ଳ କୁମାର ସେଠୀ, ବ୍ଲକ୍‌ ସଭାପତି ପ୍ରଭାଞ୍ଜନ ନାୟକ, ଉତ୍ତମ କୁମାର ସାହୁ, ମୁକୁନ୍ଦ ଚରଣ ମହାନ୍ତ, କଂଗ୍ରେସ ନେତା ଲଳିତ ମୋହନ ନାୟକ, ରତ୍ନାକର ଜେନା, ମନୋରଞ୍ଜନ ରାଉତ, ଦିଲୀପ କୁମାର ସାହୁ, ବିଶ୍ୱନାଥ ବେଜ, ନିମାଇଁ ମାର୍ଣ୍ଡି, ଆର୍ତ୍ତତ୍ରାଣ ଦାସ, ଗୌରହରି ନାୟକ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ହରିହର ଜେନା, ସୁବାସ ଚନ୍ଦ୍ର ନାଏକ, ଚିତ୍ତରଞ୍ଜନ ରାଉତ, ଜଗଦୀଶ ପରିଡ଼ା, ସୁଜିନୀ ନାୟକ ଏବଂ ଜେମାମଣି ମହାନ୍ତ ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର