ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରତିବାଦରେ ଥାନା ଘେରିଲା ଯୁବକଂଗ୍ରେସ

ଚଣ୍ଡିଖୋଲ : ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗରେ ଆଜି ବ୍ଲକ ଯୁବକଂଗ୍ରେସ ପକ୍ଷରୁ ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ବୃଦ୍ଧି ପାଉଛି। ବାଲିଚନ୍ଦ୍ରପୁର ବ୍ୟାଙ୍କରେ ବହୁ ଠକେଇ ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏହାକୁ ସାଇବର କ୍ରାଇମ କହି ପୁଲିସ ଚୁପ ରହୁଛି। ଥାନା ଅଞ୍ଚଳରେ ବ୍ୟାପକ ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ହେଉଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ। ଶାସକ ଦଳର ଚାପରେ ପୁଲିସ କଂଗ୍ରେସ କର୍ମୀଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରୁଛି। ଏହାର ପ୍ରତିବାଦରେ ଯୁବକଂଗ୍ରେସ ଏହି ବିକ୍ଷୋଭ ପ୍ରଦର୍ଶନ କରିଥଲା।

ପତରାଜପୁରଠାରୁ ଏକ ଶୋଭାଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ବାହାରି ବାଲିଚନ୍ଦ୍ରପୁର ବଜାର ପରିକ୍ରମା କରି ଥାନା ଆଗରେ ପହଞ୍ଚି ସେଠାରେ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବଡ଼ଚଣା ଯୁବକଂଗ୍ରେସ ସଭାପତି ସଞ୍ଜୟ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ କଂଗ୍ରେସ ନେତା ଅଜୟ କୁମାର ସାମଲ, ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ବିଶ୍ୱ ପ୍ରକାଶ ସାମଲ, ନଳିପୁର ସମିତି ସଭ୍ୟ ଧର୍ମଜିତ ବଳ, ପୂର୍ବତନ ସରପଞ୍ଚ ସେକ ରିୟାସତ ଅଲି, ଚାନ୍ଦ ଖାଁ, ଚିନ୍ମୟ ଶାନ୍ତି, ଅଶୋକ ବେହେରା, ଅଶୋକ ଶାନ୍ତି, ଅଶୋକ ରାଉତ, ପ୍ରତାପ ଚନ୍ଦ୍ର ଜେନା, ନାରାୟଣ ଚନ୍ଦ୍ର ଦାସ, ମହିଳା କଂଗ୍ରେସ ସଭାପତି ନିରୁପମା ସାହୁ, ସନ୍ତୋଷ ପରିଡ଼ା, ମହନି ମହାନ୍ତି, ପ୍ରଭାତ ସାହୁ, ବାଦିରୁଦ୍ଦିନ ସାହେବ, ବଟକୃଷ୍ଣ ଦାସ ଓ ଶାନ୍ତନୁ ଜେନା ବିକ୍ଷୋଭରେ ସାମିଲ ଥିଲେ। ଶେଷରେ ଯୁବକଂଗ୍ରେସର ଏକ ପ୍ରତିନିଧି ଦଳ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ରକୁ ବାଲିଚନ୍ଦ୍ରପୁର ଥାନା କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଯାଜପୁର ରୋଡ୍‌ ଏସ୍‌ଡିପିଓ ଚିନ୍ମୟ ନାୟକଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର