ଭଦ୍ରକ: ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଗତ ୨ ତାରିଖରେ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଓ ଅଗଣତାନ୍ତ୍ରିକ କାର୍ଯ୍ୟକଳାପକୁ ବିରୋଧ କରି ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଏକ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ପଟୁଆରାରେ ବାହାରି ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ସଦସ୍ୟ ଓ ପଦାଧିକାରୀ ଗଣ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ବିରୁଦ୍ଧରେ ବିଭିନ୍ନ ନାରା ବାଜି ଓ କଠୋର କାର୍ଯ୍ୟାୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ।
Advertisment
ଏହି ମର୍ମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଜିଲ୍ଲା ଯୁବ କଂଗ୍ରେସ କମିଟିର ସଭାପତି ବଳରାମ ରାଉତଙ୍କ ନେତୃତ୍ୱରେ କମିଟିର କାର୍ଯ୍ୟକାରୀ ସଭାପତି ସୁବ୍ରତ ବେହୁରିଆ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଇଲ୍ଲିୟାସ ଅଲ୍ଲୀ ଖାନ୍, ଧାମନଗର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ସ୍ବାଇଁ, ବାସୁଦେପୁର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସିଦ୍ଧାର୍ଥ ଦାସ, ଟାଉନ୍ ଯୁବ କଂଗ୍ରେସ ସଭାପତି ସୁଶାନ୍ତ ମହାକୁଡ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଶକ୍ତି ପ୍ରତାପ ବିଶ୍ଵାଳ, ଉପସଭାପତି ପ୍ରଫୁଲ୍ଲ ପୃଷ୍ଟି, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସାହାଦ ସିଦ୍ଦିକି, ସୁଧାଂଶୁ ନାୟକ ଭଦ୍ରକ ସିଟି କଂଗ୍ରେସ ଯୁବ ସଭାପତି ସୁଶାନ୍ତ ଦାସ, ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶେଖ୍ ସାହିଲ୍ କାଦ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦେବରୂପ ମାହାନ୍ତି, ବଶିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ପିତବାସ ଧଳ, ରଞ୍ଜନ ଜେନା, କଳ୍ପତରୁ ପରିଡା, ରମେଶ ଚନ୍ଦ୍ର ବେହେରା, ବିଦ୍ୟାଧର ଜେନା ନାରାୟଣ ଚନ୍ଦ୍ର ପାଢ଼ୀ, ବିଶ୍ୱଜିତ୍ ସ୍ବାଇଁ, ଅରବିନ୍ଦ ନାୟକ , ସଞ୍ଜୟ ମିଶ୍ର, କାଉନସିଲ ଫର୍ୟାଦ ଖାନ, ହେମନ୍ତ ସାହୁ, ମହିଳା ନେତ୍ରୀ ସ୍ଵସ୍ତିକା ପଣ୍ଡା, ପୂର୍ବତନ ସରପଞ୍ଚ ଅଶ୍ଵିନୀ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ଟିକୁ ସଫଳ କରାଇବା ନିମନ୍ତେ ଉପସ୍ଥିତ ଥିଲେ।ଯୁବ ନେତା ପ୍ରକାଶ ଜ୍ୟୋତି ମହାକୁଡ, ହରିହର ମଣ୍ଡଳ, ଶେଖ୍ ଲାଲୁ,ରଞ୍ଜିତ ଦାସ, ଆଶିଷ ନାୟକ, ବିପ୍ଳବ ପାତ୍ର, ସତ୍ୟ ପୁହାଣ, ସୂର୍ଯ୍ୟ   ବିଶ୍ଵାଳପ୍ରମୁଖ ଉପସ୍ଥିତ ଥିଲେ