ଜୟପୁର: ସିପିଆଇ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଛକ ଠାରେ ୭ଦଫା ଦାବି ନେଇ ଧାରଣା ଦିଆଯାଇଥିଲା। ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଦିଆଯାଇଥିଲା। ଏଥିରେ ବଜେଟକୁ ଜନବିରୋଧୀ ବୋଲି ଉଲ୍ଲେଖ କରାଯାଇଛି।
ଏହା ସହ ଆଦାନୀ ଗୃପ ବ୍ୟାପକ ଆର୍ଥିକ ହେରଫେର କରିଥିବା ଅଭିଯୋଗ କରି ସଂସଦୀୟ କମିଟି ଦ୍ବାରା ତଦନ୍ତ , ସ୍ବାମୀନାଥନ କମିଶନଙ୍କ ସୁପାରିଶ କ୍ରମେ ସମସ୍ତ କୃଷିଜାତ ଦ୍ରବ୍ୟକୁ ‘ସର୍ବ ନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଆଇନ୍ ’କୁ ଲାଗୁ କରିବା, ଏସବିଆଇ, ଏଲଆଇସୀ ଆଦିକୁ ବଂଚାଇବା, କରଫରେଟ୍ ଟିକସ୍ ହ୍ରାସ କରି ଜନସାଧାରଣଙ୍କ ଉପରେ ପକାଯାଇଥିବା ଟିକସ୍ ପ୍ରତ୍ୟାହାର କରିବା, ଆଶା, ଅଙ୍ଗନୱାଡୀ କର୍ମୀ ଓ ପାଚିକା ଆଦି ସ୍ମିମ୍ ପାଇଁ ଅର୍ଥ ନ ଦେଇ ଏହାକୁ ବନ୍ଦ କରିବା ଯୋଜନାକୁ ବାତିଲ କରି ଏମାନଙ୍କ ପାଇଁ ଅଧିକା ଅର୍ଥ ଅନୁଦାନ ଦେବା ସହ ଶ୍ରମିକ ମାନ୍ୟତା ଦେବା, ତୁରନ୍ତ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର ଦର କମାଇବା, ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ବନ୍ଦ ପଡ଼ିଥିବା ସମସ୍ତ କଳକାରଖାନା ଖୋଲିବା ଆଦି ୭ଦଫା ଦାବି ନେଇ ଧାରଣା ଦେଇଥିଲେ।
ଏହି ଧାରଣାର ନେତୃତ୍ବ ଜିଲ୍ଲାସଂପାଦକ ଯୁଧିଷ୍ଠିର ରାଉଳ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରମୋଦ ମହାନ୍ତି, କୁମର ଜାନୀ, ରାମକୃଷ୍ଣ ଦାଶ, ନିତ୍ୟାନନ୍ଦ ପାତ୍ର, ସତ୍ୟବ୍ରତ ନନ୍ଦ , ସନ୍ୟାସି ମାଳି, ଗୁପ୍ତ ସଗରିଆ, କେଶବ ନାଗ ପ୍ରମୁଖ ନେଇଥିଲେ।