କହ୍ନେଇପୁର ଛକରେ ଷ୍ଟିଅରି°ଛାଡ ଆନ୍ଦୋଳନ ଓ ଧାରଣା

ଚିଲିକା: ୯ ଦଫା ଦାବିରେ ଓଡ଼ିଶା ଡ୍ରାଇଭର ମହାସ°ଘ ପକ୍ଷରୁ ରାଜ୍ୟ ବ୍ୟାପୀ ଚାଲିଥିବା ଷ୍ଟିଅରି°ଛାଡ ଆନ୍ଦୋଳନକୁ ଏହାର ଚିଲିକା ବ୍ଲକ ଶାଖା ଡ୍ରାଇଭର ସ°ଘ ସମର୍ଥନ ଜଣାଇ ଦିନ ତମାମ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛି। ଚିଲିକା ବ୍ଲକ ଶାଖା ଡ୍ରାଇଭର ସ°ଘର ସଭାପତି ସନ୍ତୋଷ କୁମାର ବେହେରା ଓ ସ°ପାଦକ ପ୍ରଦୀପ କୁମାର ଶତପଥୀ ଙ୍କ ନେତୃତ୍ବରେ ସଭ୍ୟ ଡ୍ରାଇଭର ମାନେ ଷ୍ଟିଅରି° ଛାଡି ନିକଟସ୍ଥ କହ୍ନେଇପୁର ଛକ ୧୬ ନଂ ଜାତୀୟ ରାଜପଥ ଉପରେ ବଡ଼ି ସକାଳୁ ଏକଜୁଟ ହୋଇ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା।

ଏଥିରେ ସ°ଘର ଅନ୍ୟାନ୍ୟ ସଭ୍ୟ ଯଥା ସୁଭ୍ରା°ଶୁ ଶେଖର ପଟ୍ଟନାୟକ,ସରଜୁ ତରାଇ, ପବିତ୍ର ଖୁଣ୍ଟିଆ, କିଶୋର ବିଶ୍ବାଳ ପ୍ରମୁଖ ଙ୍କ ସହ ୩୫୦ ରୁ ଉର୍ଦ୍ଧ୍ବ ଡ୍ରାଇଭର ସଭ୍ୟ ମାନେ ସାମିଲ୍ ହୋଇଥିଲେ। ଧାରଣାକାରୀ ଶାନ୍ତି ପୂର୍ଣ୍ଣ ଧାରଣାରେ ବସି ସ୍ଥାନୀୟ ଓ ଜରୁରୀ ଗାଡ଼ି ଗୁଡ଼ିକୁ ଛାଡ଼ି ଏନ୍ ଏଚ୍ ୧୬ ଉପରେ ଯାତାୟାତ ଟ୍ରାନ୍ସପୋର୍ଟ ଗାଡ଼ି ଗୁଡ଼ିକୁ ଅଟକାଇ ସେମାନଙ୍କ ଧାରଣାର ଲକ୍ଷ୍ୟ ସମସ୍ତଙ୍କୁ ବୁଝାଇ ସହଯୋଗ ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର