ଭୁବନେଶ୍ବର: ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଛି। ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଓ ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ପଦୋନ୍ନତି, ବେତନବୃଦ୍ଧି, ବରିଷ୍ଠତାରେ ଗଣନା କରିବା ଦାବିରେ ମହାସଂଘ ଏହି ଆନ୍ଦୋଳନକୁ ଓହ୍ଲାଇଛି। ସାରାରାଜ୍ୟରେ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
ବ୍ଲକ୍ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତରଠାରୁ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ବିଭାଗର କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ମଧ୍ୟାହ୍ନ ବିରତି ସମୟରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚଳିତମାସ ୧୬ ତାରିଖରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଏହା ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେମାନଙ୍କ ଦାବି ପୂରଣ ନକରନ୍ତି, ତେବେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଏହିଦିନ ଭୁବନେଶ୍ବରସ୍ଥିତ ଗାନ୍ଧୀମାର୍ଗଠାରେ ଏକ ବିଶାଳ ଆନ୍ଦୋଳନରେ ସାମିଲ୍ ହେବେ। ମହାସଂଘର ଜିଲ୍ଲା ସଭାପତି ବିଜୟକୁମାର ସାହୁ , କାର୍ଯ୍ୟକାରୀ ସଭାପତି ଅର୍ଜୁନ କୁମାର ମହାରଣା, ସଂପାଦକ ସୁନୀଲ ବେହେରା , ଉପ ସଭାପତି ଅମୁଲ୍ୟ କୁମାର ଭରିମଳ , ଗଣମାଧ୍ୟମ ସମ୍ପାଦକ ଶିବଶଙ୍କର ସାହୁ, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ବିଶ୍ୱାଳ, ବିଶ୍ବରଂଜନ ଦାସ, ସୁଧୀର ବେହେରା, ବିବେକ ମହାନ୍ତି ଓ ପ୍ରମୁଖ ନେତୃମଣ୍ଡଳୀ ଏନେଇ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/protest-1.jpg)