ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳ ଅଫିସ୍ ଆଗରେ ଜନ ଅଧିକାର ମଞ୍ଚ ଓ ବିସ୍ଥାପିତ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବେଦାନ୍ତ କମ୍ପାନି ପକ୍ଷରୁ ୨୦୦୫ରୁ ୨୦୦୭ ମସିହା ମଧ୍ୟରେ ବିଭିନ୍ନ ପ୍ରଲୋଭନ ଦେଖାଇ ପୁଲିସ ଲଗାଇ ୨ହଜାରରୁ ଊର୍ଦ୍ଧ୍ବ ପରିବାରଙ୍କ ଜମିକୁ ଜୋର ଜବରଦସ୍ତ ହଡ଼ପ୍ କରିବା ଅଭିଯୋଗ ହୋଇଛି। ଛତ୍ରପୁର, ରଘୁନାଥପୁର, ହରେକୃଷ୍ଣପୁର, ନଙ୍ଗଲବେଡ଼ା, ପତ୍ରାପଡ଼ା​, ଗୋପିନାଥପୁର, ଘୋଡ଼ାବନ୍ଧ, ଚନ୍ଦନପୁର, ନୂତନ ବାତେଲିମା, ଖମନଖୁଟି, ମୋହନଗୁଡ଼ା ଆଦି ଗ୍ରାମବାସୀଙ୍କୁ ନେଇ ଏକ କମିଟି ଗଠନ କରି ତଦନ୍ତ ଅନୁଯାୟୀ ଜମି ଫେରସ୍ତ ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଏଥିରେ ଆବାହକ ଫକୀର ମୋହନ ସାହୁ, ଶ୍ୟାମ ହିଆଲ, ରୂପାଧର ସାହୁ, ରଘୁ ମାଝୀ, ନୀଳକଣ୍ଠ ବନ୍ଧପାରିଆ, ପୁଞ୍ଜା ମାଝୀ, ସୁରେଶ ମାଝୀ, ଅଗଷ୍ଟ ନାଏକ, ସଞ୍ଜୟ ନାଏକ ସମେତ ବହୁ ବିସ୍ଥାପିତ ଓ ଜନ ଅଧିକାର ମଞ୍ଚର ସଦସ୍ୟ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ପରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/25-27.jpg)