ଅଭିନବ ପ୍ରତିବାଦ: କାନ ଧରି ଆଣ୍ଠେଇଲେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟ

ଭୁବନେଶ୍ବର: ଗାନ୍ଧୀମାର୍ଗରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟମାନେ ଆଜି ଏକ ଅଭିନବ ପ୍ରତିବାଦ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କର୍ମଚାରୀମାନେ କାନ ଧରି ଆଣ୍ଠେଇ ବସି ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ପକ୍ଷରୁ ୩ ଦଫା ଦାବି ନେଇ ଧାରଣା ଜାରି ରହିଛି। ମୃତ କର୍ମଚାରୀ ପରିବାରର ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ସହ ୨୦୨୦ ବିଜ୍ଞପ୍ତି ତୁରନ୍ତ ବାତିଲ କରିବାକୁ ସଂଘ ଦାବି କରିଛି। ସରକାର  ତୁରନ୍ତ ଏହି ଦାବି ପୂରଣ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର