ଭୁବନେଶ୍ବର: ରାଜଧାନୀରେ ଆଜି ହଜାର ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପହଞ୍ଚିଛନ୍ତି। ନୂତନ ପେନସନ ଯୋଜନାରେ ସରକାରଙ୍କ ନୀତିବିହୀନ ନିଷ୍ପତ୍ତିକୁ ବିରୋଧ କରି ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଏ ନେଇ ଲୋକସେବା ଭବନ ସମ୍ମୁଖରେ ବିଶାଳ ସମାବେଶ କରିବେ ।
ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଶିକ୍ଷକ, କର୍ମଚାରୀ ସାମିଲ ହେବେ ବୋଲି କୁହାଯାଉଛି। ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ, ୨୦୦୧ରୁ ନିୟମିତ ହୋଇଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଇନ୍କ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରାତନ ପେନ୍ସନ ଯୋଜନା ପ୍ରଚଳନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି। ଏନପିଏସ ଶିକ୍ଷକ ସଂଘର ଦାବିଗୁଡ଼ିକ ଯଥାର୍ଥ ଏବଂ ସରକାର ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦରକାର ବୋଲି କହି ଓଷ୍ଟା ଆନ୍ଦୋଳନକୁ ସମର୍ଥନ ଜଣାଇଛି । ଓଷ୍ଟାର ସମର୍ଥନ ପରେ ଆନ୍ଦୋଳନ ଆହୁରି ତ୍ରୀବତର ହେବ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/4-32.jpg)