ଭୁବନେଶ୍ବର: ରାଜ୍ୟରେ ୧୭ ଦିନ ଧରି ଚାଲିଥିବା ମିଳିତ ଅମଲା ମଞ୍ଚର ଆନ୍ଦୋଳନ ସ୍ଥଗିତ ହୋଇଛି। ଆଜି ସରକାରଙ୍କ ସହ ଆଲୋଚନା ପରେ ରାଜ୍ୟ ମିଳିତ ଅମଲା ମଞ୍ଚର ଆନ୍ଦୋଳନ ସ୍ଥଗିତ କରାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏବଂ ମିଳିତ ଅମଲା ମଞ୍ଚ କମିଟି ଆଗରେ ଗ୍ରେଡ ପେ ବୃଦ୍ଧି ପାଇଁ ଦାବି ଉପସ୍ଥାପନ କରିବ। ଉକ୍ତ କମିଟିର ରିପୋର୍ଟ ଆଧାରରେ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେବେ ବୋଲି ୫ଟି ସଚିବ ଭି କାର୍ତ୍ତିକୟେନ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି । ୫-ଟି ସଚିବଙ୍କ ପ୍ରତିଶ୍ରୁତି ପରେ ମିଳିତ ଅମଲା ମଞ୍ଚର ଆନ୍ଦୋଳନ ସ୍ଥଗିତ ହୋଇଛି। ଦାବି ପୂରଣ ନହେଲେ ସଂଘ ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନେବ।