ବିନା ସୂଚନାରେ ବିଦ୍ୟୁତ୍‌ ବିଚ୍ଛିନ୍ନ ନେଇ ୨ ଗ୍ରାମବାସୀଙ୍କ ଘେରାଉ

ଭବାନୀପାଟଣା: ଭବାନୀପାଟଣା ସଦର ବ୍ଲକ୍‌ ଆମ୍ବପଡା ଓ ଗଛଖୋଲା ଗ୍ରାମରେ ବିଦ୍ୟୁତ ବିଲ୍‌ ‌ପୈଠ କରି ନଥିବା ଯୋଗୁଁ ଗତ ମାର୍ଚ୍ଚ ୨୭ ତାରିଖ ଦିନ ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ୨ଟି ଗ୍ରାମରେ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ବିନା ସୂଚନାରେ ବିଦ୍ୟୁତ ବିଚ୍ଛିନ୍ନ କରିଥିବା ଯୋଗୁଁ ଆଜି କଳାହାଣ୍ଡି ଆଦିବାସୀ ଲୋକସଂଗ୍ରାମ ମଞ୍ଚ ପକ୍ଷରୁ ନକଟିଗୁଡ଼ାସ୍ଥିତ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରି ପ୍ରତିବାଦ କରାଯାଇଥିଲା।

ଏନେଇ ସେମାନେ ଦାବିପତ୍ର ମଧ୍ୟ ଦେଇଛନ୍ତି। ଆସନ୍ତା ୧୧ ତାରିଖ ସୁଦ୍ଧା ବିଦ୍ୟୁତ ବିଲ ଗ୍ରାମବାସୀ ପୈଠ କରିବେ। ତେଣୁ ବିଲ ପୈଠ କରା ନଗଲେ ୧୨ ତାରିଖରେ ବିଦ୍ୟୁତ କଟାଗଲେ ମଧ୍ୟ ତାଙ୍କର ଆପତ୍ତି ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଏହି ଘେରାଉରେ ଭରତ ନାଏକ, ବନମାଳି ଧରୁଆ, ମନୁ ନାଏକ, ପଟୁ ମାଝୀ, ବେଦ ସୁନାନୀ, ଅକ୍ଷୟ ନାଏକ, ନୀଳ ପୁଝାରୀ, ନୀଳାମ୍ବର ମଙ୍ଗରାଜ, ଧନୁ କୁମାର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର