କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ

ଭବାନୀପାଟଣା: ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ଜେରା ପ୍ରତିବାଦରେ ଯୁବକଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଭବାନୀପାଟଣା ଗାନ୍ଧୀଛକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି କମଳ ଚରଣ ତାଣ୍ଡି, ଯୁବନେତା ବାବା ଅଲ୍ଲୀ ଖାଁ, ଯୁବନେତା ଭୋଲୁ ନାଏକ, ବଣ୍ଟି ସୁନାନୀ, ଜୁନାଗଡ଼ ଏନଏସି କଂଗ୍ରେସ ସଭାପତି କୁମୁଦ ଗହୀର, ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେଶ୍ୱର ଲହଜଲ ପ୍ରମୁଖ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର