ଧାମରା: ଆଜି ସନ୍ଧ୍ୟା ୫ଟା ୪୫ ମିନିଟରେ ଭଦ୍ରକସ୍ଥିତ ଧାମରା ଅବଦୁଲ କଲାମ ଦ୍ବୀପର ୪ନଂ ଲଞ୍ଚ ପ୍ୟାଡରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରାଯାଉଥିବା ଅଗ୍ନି-୫ ବାଲାଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ୫ହଜାର କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ଥିବା ଏହି କ୍ଷେପଣାସ୍ତ୍ରର ଉଚ୍ଚତା ୧୭ ମିଟର ହୋଇଥିବା ବେଳେ ଏହା ପାଖାପାଖି ୧୫ଟନ ଓଜନର ଯୁଦ୍ଧାସ୍ତ୍ରବହନ କରିବାର କ୍ଷମତା ରଖିଛି। ଏହା ଉଭୟ ପରମାଣୁ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବହନ କରିପାରିବ। ପ୍ରଥମେ ଏହା ଅବଦୁଲ କଲାମ ଦ୍ବୀପରୁ ୨୦୧୨ ମସିହା ଏପ୍ରିଲ ୧୯ ତାରିଖରେ ସଫଳତାର ସହିତ ପରୀକ୍ଷଣ ହୋଇଥିଲା। ପୂର୍ବରୁ ଏହା ଅନେକ ଥର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ଦ୍ବାରା ଦେଶର ପ୍ରତିରକ୍ଷା କ୍ଷମତା ଆହୁରି ଶକ୍ତିଶାଳୀ ହେବ। ଆଜିର ଏହି ପରୀକ୍ଷଣ ସମୟରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)ର ବୈଜ୍ଞାନିକ, ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-୫ ବାଲାଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
/sambad/media/post_attachments/wp-content/uploads/2022/12/5288fade-8702-4af6-8f27-01e5d0238a16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)