ହ୍ଵିଲର ଦ୍ୱୀପରୁ ଅଗ୍ନି-୨ ପରୀକ୍ଷଣ ଆଜି

ଚାନ୍ଦବାଲି : ଭଦ୍ରକ ଧାମରା ସ୍ଥିତ ଅବଦୁଲ କାଲାମ ହ୍ଵିଲର ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ଆଜି ପରୀକ୍ଷଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସକାଳ ୭ଟାରୁ ୨ଟା ମଧ୍ୟରେ ପରୀକ୍ଷଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମିଡ଼ିୟମ ରେଞ୍ଜ ବାଲିଷ୍ଟିକ କ୍ଷେପଣାସ୍ତ୍ର ସଂମ୍ପୂର୍ଣ୍ଣ ସ୍ୱଦେଶୀ ଞାନ କୌଶଳରେ ନିର୍ମିତ ହୋଇଛି। ୧୫୦୦ ରୁ ୨୫୦୦ କିଲୋଗ୍ରାମର ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିିବାର କ୍ଷମତା ଅଗ୍ନି-୨ରେ ରହିଛିା ସେକେଣ୍ଡ ପ୍ରତି ଏହାର ବେଗ ୩.୯ କିଲୋମିଟର। ଏହି କ୍ଷେପଣାସ୍ତ୍ର ଯେକୌଣସି ରେଲ୍‌ ମୋବଇଲ ଲଂଚରରୁ ପରୀକ୍ଷା କରାଯାଇପାରିବ।

ସମ୍ବନ୍ଧିତ ଖବର