ହ୍ବିଲର ଦ୍ବୀପରୁ ଅଗ୍ନି-୪ର ପରୀକ୍ଷା ଆଜି!

ବାଲେଶ୍ବର/ଚାନ୍ଦବାଲି : ବଙ୍ଗୋପସାଗର ପୂର୍ବ ଉପକୂଳ ଭଦ୍ରକ ଜିଲ୍ଲା ଧାମରା ସ୍ଥିତ ଅବ୍‌ଦୁଲ କଲାମ ଦ୍ବୀପରୁ ଆସନ୍ତାକାଲି ନିର୍ଦ୍ଧାରିତ ସମୟରେ ଅଗ୍ନି-୪ର କ୍ଷେପଣାସ୍ତ୍ରର ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି। ଭାରତୀୟ ପ୍ରତିରକ୍ଷା ବାହିନୀ ଏବ˚ ପ୍ରତିରକ୍ଷା ଗବେଷଣା ସ˚ସ୍ଥାର ମିଳିତ ସହଯୋଗରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ମିଜାଇଲ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଥର ପରୀକ୍ଷଣ କରାଯାଇଛି। ଏହା ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ତ ଦ୍ବାରା ଶେଷଥର ପାଇଁ ୨୦୧୫ ମସିହା ନଭେମ୍ବର ୧୦ ତାରିଖରେ ପରୀକ୍ଷଣ କରାଯାଇଥିଲା। ହେଲେ ତାହା ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର