ଅଗ୍ନିି-୫ର ସଫଳ ପରୀକ୍ଷା : ବେଜିଂ ଓ ‌ଟୋକିଓକୁ ବି ଲକ୍ଷ୍ୟଭେଦ କରିପାରିବ

ବାଲେଶ୍ବର/ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସ˚ସ୍ଥା (ଡିଆରଡିଓ) ପକ୍ଷରୁ ପୂର୍ବ ଉପକୂଳ ଧାମରାଠାରୁ ୧୫ କିମି ସମୁଦ୍ର ମଧୢରେ ଅବସ୍ଥିତ ଏପିଜେ ଅବଦୁଲ କଲାମ ଦ୍ବୀପର ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଆଜି ସମୟ ଅପରାହ୍ନ ୧.୨୮ମିନିଟ ସମୟରେ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ର ବେଜିଂ, ମସ୍କୋ, ଆଥେନ୍ସ, କାଇରୋ, ତେହେରାନ, ହ˚ଗକ˚ଗ, ବ୍ୟାଙ୍ଗକକ୍‌, ଜାକର୍ତା ଏବ˚ ଟୋକିଓକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ଅଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ଜଣାପଡ଼ିଛି।

ପୂର୍ବରୁ କ୍ଷେପଣାସ୍ତ୍ର ଛାଡ଼ିବ‌ାର ସମୟ ଅତି ଗୋପନ ରଖାଯାଇଥିବା ବେଳେ ଆଜି ଠିକ୍‌ ଅପରାହ୍ନ ୧.୨୮ ମିନଟ ସମୟରେ ଅଗ୍ନି-୫ କ୍ଷେପଣାସ୍ତ୍ରର ୭ମ ସ˚ସ୍କରଣ ପରୀକ୍ଷା କରାଯାଇଥିଲା। ଅନୁକୂଳ ପାଗ ଯୋଗୁଁ ଆକାଶରେ ଏହା ସୁଦୀର୍ଘ ପଥ ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା। ଏହାର ପ୍ରଥମ ପରୀକ୍ଷା ୧୯ଏପ୍ରିଲ ୨୦୧୨, ଦ୍ବିତୀୟ ପରୀକ୍ଷଣ ୧୫ ସେପ୍ଟମ୍ବର ୨୦୧୩, ତୃତୀୟ ପରୀକ୍ଷଣ ୩୧ ଜାନୁଆରୀ ୨୦୧୫ ଏବ˚ ୪ର୍ଥ ପରୀକ୍ଷଣ ୨୬ ଡିସେମ୍ବର ୨୦୧୬ ଏବ˚ ୫ମ ପରୀକ୍ଷଣ ୧୮ଜନୁଆରୀ ୨୦୧୮ରେ ଏବ˚ ୬ଷ୍ଠ ପରୀକ୍ଷଣ ୩ ଜୁନ ୨୦୧୮ରେ ସଫଳତାର ସହ ହୋଇଥିଲା। ଏହି କ୍ଷେପଣାସ୍ତ୍ରଟି ସ˚ପୂର୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ। ଏହି ୩ୟ ଷ୍ଟେଜ୍‌ ଇନ୍ଧନରେ ପରିଚାଳିତ ବାଲିଷ୍ଟିକ୍‌ ମିସାଇଲର ଲମ୍ବ ୧୭ ମିଟର ଗୋଲେଇ ୨ମିଟର ଓଜନ ୫୦ ମେଟ୍ରିକ୍‌ ଟନ୍‌। ସେକେଣ୍ତ ପ୍ରତି ଏହା ୪.୨ କିମି ବେଗରେ ଗତି କରିପାରୁଥିବା ବେଳେ ୧୨ମିନିଟ୍‌ରେ ଏହା ଲକ୍ଷ୍ୟ ଭେଦ କରିପାରିଥିଲା। ଏହି କ୍ଷେପଣାସ୍ତ୍ର ୫୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଆଜିର ଏହି ପରୀକ୍ଷଣ ଭାରତୀୟ ସ୍ଥଳସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ତୋଙ୍କ ଦ୍ବାରା ହୋଇଥିବା ବେଳେ ୩ ଶହରୁ ଉର୍ଧ୍ବ ବୈଜ୍ଞାନିକ ଉପସ୍ଥିତ ଥିଲେ। ନାଭିଗେସନ ସିଷ୍ଟମ ଓ ଗ୍ଲୋବାଲ ପୋଜିସନି˚ ସିଷ୍ଟମରେ ଦେଶର ୩ଟି ରାଡାର ଏହାର ଗତିବିଧିକୁ ନିରୀକ୍ଷଣ କରିଥିଲା।

ସମ୍ବନ୍ଧିତ ଖବର