ପୁରୀ : ମହାପ୍ରଭୁଙ୍କୁ ଶ୍ରୀଗୁଣ୍ଡିଚା ଅଭିମୁଖେ ପାଛୋଟି ନେବାକୁ ସିଂହଦ୍ବାର ସମ୍ମୁଖ ଚକଡ଼ାରେ ତିନି ରଥ ପ୍ରସ୍ତୁତ ହୋଇ ରହିଛନ୍ତି। ଭକ୍ତମାନେ ବି ମହାପ୍ରଭୁଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି। ଭକ୍ତ ଓ ଭଗବାନ ଏବେ ରଥ ମନସ୍କ। ରଥ ଆଜ୍ଞାମାଳ ବିଜେ ପାଇଁ ଆଜି ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଥିଲା। ବୁଧବାର ସକାଳ ୭ଟା୩୫ରେ ମଙ୍ଗଳ ଆଳତି, ୮ଟା୨୫ରେ ଅବକାଶ ନୀତି ପରେ ୧୦ଟା ୫୦ ସୁଦ୍ଧା ବଲ୍ଲଭ ଓ ସକାଳଧୂପ ନୀତି ଶେଷ ହୋଇଥିଲା। ପୂର୍ବ ନିର୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସାଢ଼େ ୧୧ଟାରେ ପୂଜାପଣ୍ଡା ସେବକମାନେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଲାଗି ଆଜ୍ଞାମାଳ ଆଣିବା ପରେ ରଥଖଳାରେ ପ୍ରସ୍ତୁତ ତିନି ରଥରେ ବିଜେ କରାଯାଇଥିଲା। ଆଜ୍ଞାମାଳ ବିଜେ ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ହୋଇଥିଲା। ଅପରାହ୍ଣ ଗୋଟାଏରୁ ଗୋଟାଏ ୨୦ ଭିତରେ ଦର୍ପଦଳନ ରଥଟଣା ଶେଷ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା। ପରେ ବଳଭଦ୍ରଙ୍କ ତାଳଧ୍ବଜ ରଥଟଣା ଆରମ୍ଭ ହୋଇଥିଲା। ନନ୍ଦିଘୋଷ ଅପରାହ୍ଣ ସାଢ଼େ ଗୋଟାଏରୁ ଆରମ୍ଭ ହୋଇ ଅପରାହ୍ଣ ୨ଟାରେ ଶେଷ ହୋଇଥିଲା। ସେହିଭଳି ତାଳଧ୍ବଜ ରଥ ଟଣା ଅପରାହ୍ଣ ଗୋଟାଏ ୩୭ରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏ ୪୭ରେ ଶେଷ ହୋଇଥିଲା।
ତିନି ରଥରେ ଆଜ୍ଞାମାଳ ବିଜେ
/sambad/media/post_attachments/wp-content/uploads/2019/07/ratha-re-angyamala-bije-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)