ଆଇଆଇଟି ସହିତ ଚୁକ୍ତିନାମା ସ୍ବାକ୍ଷରିତ: ଓୟୁଏଟିରେ ଏଆଇ, ରୋବୋଟିକ୍ସର ହେବ ପ୍ରୟୋଗ

ଭୁବନେଶ୍ବର: କୃଷି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ତଥା ରୋବୋଟିକ୍ସ ପ୍ରୟୋଗ ପାଇଁ ଓୟୁଏଟି ଏବଂ ଆଇଆଇଟି ଭୁବନେଶ୍ବର ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହାଦ୍ବାରା ଉଭୟ ଅନୁଷ୍ଠାନରେ ବିଦ୍ୟାର୍ଥୀ ଏବଂ ବୈଜ୍ଞାନିକମାନେ ପରସ୍ପର ମଧ୍ୟରେ ଜ୍ଞାନକୌଶଳ ଆଦାନ ପ୍ରଦାନ ସହିତ ଉନ୍ନତମାନର ପ୍ରୟୋଗଶାଳାର ବ୍ୟବହାର କରିପାରିବେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କୁଳପତି ପ୍ରଭାତ ରାଉଳ କହିଛନ୍ତି, ଉଭୟ ଅନୁଷ୍ଠାନର ସହବନ୍ଧନରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ତଥା ରୋବୋଟିକ୍ସ ସମ୍ବନ୍ଧିତ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଇ ପାରିବ।

ଯାହାକି ବିଦ୍ୟାର୍ଥୀମାନଙ୍କ ପାଇଁ ଲାଭଦାୟକ ହେବ। ଏଥି ନିମନ୍ତେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓୟୁଏଟି ଯୋଜନା, ତଦାରଖ ଏବଂ ମୂଲ୍ୟାୟନ ନିର୍ଦ୍ଦେଶକ ଡ. ଦୟାନିଧି ମିଶ୍ର ଏବଂ ଆଇଆଇଟି ଭୁବନେଶ୍ବର ପକ୍ଷରୁ ପ୍ରଫେସର ଦିନକର ପାସଲା ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏଥିରେ ଆଇଆଇଟି ଭୁବନେଶ୍ବର ପକ୍ଷରୁ ଅଶ୍ବିନୀ ନନ୍ଦ, ମନୋରଞ୍ଜନ ଶତପଥୀ, ସୁଧୀନ୍ଦ୍ର ପଣ୍ଡା, ରାଜେଶ ରୋଶନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର