ପାରଳାଖେମୁଣ୍ତି: ଆନ୍ଧ୍ର ପ୍ରଦେଶରେ ଧରା ପଡ଼ିଛନ୍ତି ‘ଏଗ୍ରିଗୋଲ୍ଡ’ ସ˚ସ୍ଥାର କିଛି ନିର୍ଦ୍ଦେଶକ। ଭାରତର ଅନେକ ରାଜ୍ୟରେ ‘ଏଗ୍ରିଗୋଲ୍ଡ’ ଶାଖା ଖୋଲି ସାଧାରଣ ଲୋକଙ୍କ ଠାରୁ ୬,୩୮୦ କୋଟି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏହାକୁ ଆଧାର କରି କେନ୍ଦ୍ର ସରକାରଙ୍କର ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ ଏହି ନିର୍ଦ୍ଦେଶକମାନଙ୍କଠୁ ୪,୦୮୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।
ପୋଞ୍ଜି ସ୍କିମ ଏବ˚ ଅଣବ୍ୟାଙ୍କିଂ ଚିଟଫଣ୍ତ ରୋକିବା ଦିଗରେ କେନ୍ଦ୍ର ସରକାର ପ୍ରିଭେନସନ୍‌ ଅଫ୍‌ ମନି-ଲଣ୍ତରିଙ୍ଗ ଆକ୍ଟ (ପିଏମ.ଏଲ.ଏ)ଆଇନ ୨୦୧୭ ମସିହାରେ ଆଣିଥିଲେ । ‘ଏଗ୍ରିଗୋଲ୍ଡ’ ସ˚ସ୍ଥା ଗଜପତି ଜିଲ୍ଲାରେ ନିଜର କମିସନ ଏଜେଣ୍ଟଙ୍କ ମାଧ୍ୟମରେ ପ୍ରାୟ ୫ ଶହ କୋଟି ଟଙ୍କା ହଡ଼ପ କରିଥିବା ଅନୁମାନ କରାଯାଉଛି।
Advertisment
ଗଜପତିରେ ୨୦୧୫ ମସିହାରୁ ‘ଏଗ୍ରିଗୋଲ୍ଡ’ ନିଜର କାର୍ଯ୍ୟାଳୟ ବନ୍ଦ କରି ଚମ୍ପଟ ମାରିଥିଲା। ରାଜଦାଣ୍ତ ସ୍ଥିତ ଇଣ୍ତିଆନ ବ୍ୟାଙ୍କ ମୁଖ୍ୟ ଶାଖାର ଉପର ମହଲା କୋଠାର ଏକ ବେସରକାରୀ ବାସ ଭବନରେ ଏହି ସ˚ସ୍ଥା ଜିଲ୍ଲାର କାର୍ଯ୍ୟାଳୟ ଭାବେ ଅନେକ ବର୍ଷଧରି ଚାଲୁ ରହିଥିଲା । ୨୦୧୦ ମସିହାରେ ଚିଟଫଣ୍ତ୍‌ କେଳେଙ୍କାରୀ ଲୋକଲୋଚନକୁ ଆସିବା ପରେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସ˚ସ୍ଥାର ଲୋକ ଟଙ୍କା ଧରି ଗାଏବ ହୋଇଗଲେ । ବର୍ତ୍ତମାନ ଗଜପତି  ଜିଲ୍ଲାରେ ସବୁଠାରୁ ବଡ କେଳେଙ୍କାରି ଅନୁଷ୍ଠାନ ଭାବେ ‘ଏଗ୍ରିଗୋଲ୍ଡ’ ପରିଚିତ ।
ଗ୍ରାମାଞ୍ଚଳରେ  ଏହି ଅଣ ବ୍ୟାଙ୍କିଂ ଅନୁଷ୍ଠାନର ଶାଖା ସମ୍ପୂର୍ଣ୍ଣ ଭାବେ ମାଡ଼ି ଯାଇଥିଲା । ଏହି ସ˚ସ୍ଥା ଆନ୍ଧ୍ରପ୍ରଦେଶ ସରକାରଙ୍କ ସ୍ବୀକୃତିପ୍ରାପ୍ତ, ଆର.ବି.ଆଇ ଏହାର ପରିଚାଳନା ଦାୟିତ୍ବରେ ରହିଛି । ସ˚ସ୍ଥା ଖୋଲିବା ପାଇଁ ସେବି ଅନୁମତି ଦେଇଛି ଆଦି ମିଥ୍ୟା ତଥ୍ୟ ପ୍ରଦାନ କରି ଏହି ସ˚ସ୍ଥା ନିରୀହ ଏବ˚ ଗରିବ ଲୋକଙ୍କର ବିଶ୍ବାସ ଜନ୍ମାଇ ପାରିଥିଲା । ଭଲ ସୁଧ ଦେବୁ । କୃଷି ସାମଗ୍ରୀ ଜମାକାରୀଙ୍କୁ ମାଗଣାରେ ଦିଆଯିବ।
ବଡ଼ବଡ଼ ସହରରେ ହିତାଧିକାରୀମାନେ ଘର ଓ ଜମିମାଲିକ ହୋଇ ପାରିବେ, ନିଜ ଅଞ୍ଚଳରେ କୃଷକ ମାନେ ଜମି କ୍ରୟ କରିବା ପାଇଁ ଏଗ୍ରିଗୋଲ୍ଡ ସହଯୋଗ କରିବ ଆଦି ପ୍ରତିଶ୍ରୁତି ଦେଇ ଏଜେଣ୍ଟ ମାନଙ୍କ ମାଧ୍ୟମରେ ଦୈନିକ, ମାସିକ, ତ୍ରୟ ମାସିକ, ଅର୍ଦ୍ଧ ବାର୍ଷିକ, ବାର୍ଷିକ ଆଦି ଯୋଜନା କରି ଏଜେଣ୍ଟମାନଙ୍କ ମାଧ୍ୟରେ ଟଙ୍କା ସ˚ଗ୍ରହ କରାଯାଉଥିଲା। ଜନସାଧାରଣଙ୍କ ବିଶ୍ବାସ ଆଣିବା ପାଇଁ ‘ଏଗ୍ରିଗୋଲ୍ଡ’ ସ˚ସ୍ଥା ବହୁ ଚତୁରତାର ସହ ସ୍ଥାନୀୟ ବାସିନ୍ଦାମାନଙ୍କୁ ଅଣବ୍ୟାଙ୍କିଂ ଅନୁଷ୍ଠାନର ବିଭିନ୍ନ ପଦବିରେ ରଖି ସେମାନେ ଅଧିକାରୀ ବୋଲି ସୂଚନା ଦେଉଥିଲା । ଇଡି ବର୍ତ୍ତମାନ ଅନୁସନ୍ଧାନ ବେଳେ ସ˚ସ୍ଥାର ନିର୍ଦ୍ଦେଶକ ଏ. ଭେଙ୍କଟ ରାମାଣା, ଏ. ଭେଙ୍କଟ ନାରାୟାଣା, ଏ. ହେମସୁନ୍ଦର ଵାରା ପ୍ରାସାଦଙ୍କୁ ଜେରା କରିବା ସହ ହିତାଧିକାରୀଙ୍କ ଟଙ୍କା ୧୫୦ଟି ବେନାମୀ କମ୍ପାନୀରେ ନିୟୋଜିତ ହୋଇଥିବା ଜାଣିପାରିଛି । ଭାରତ ବର୍ଷର ବିଭିନ୍ନ ରାଜ୍ୟ ବିଶେଷ କରି ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ତାମିଲନାଡୁ ଆଦିରୁ ୩୨ ଲକ୍ଷ ହିତାଧିକାରୀଙ୍କ ଟଙ୍କା ୧୫ ବର୍ଷ ମଧ୍ୟରେ ଗାଏବ ହୋଇଯାଇଥିବା  ଜଣାପଡ଼ିଛି ।
ବର୍ତ୍ତମାନ ଯଦିବା ଇଡି କିଛି ସ୍ଥାବର ଏବ˚ ଅସ୍ଥାବର ସମ୍ପତ୍ତି ଜବତ କରିଛି, ଏହି ଟଙ୍କା ଜମାକାରୀ ମାନଙ୍କ ନିକଟରେ କିପରି ପହଞ୍ଚିପାରିବ ତାହାକୁ ଚାହିଁ ବସିଛନ୍ତି ଗଜପତିର ବହୁ ଗରିବ ପରିବାର । ଉଚ୍ଚ ସୁଧ ଆଶାରେ ଅନେକ ପରିବାର ‘ଏଗ୍ରିଗୋଲ୍ଡ’ ସ˚ସ୍ଥାରେ ସରକାରୀ ବ୍ୟାଙ୍କରୁ ଟଙ୍କା ଆଣି ଜମା କରି ଦେଇ ଥିଲେ । ଇତି ମଧ୍ୟରେ ଅନେକ ଏଜେଣ୍ଟ ଏବ˚ ଜମାକାରୀ ମୃତ୍ୟୁ ବରଣ କରି ସାରିଥିବା ବେଳେ ତାଙ୍କ ପରିବାର ପାଖକୁ ଏହି ଟଙ୍କା କିପରି ପହଞ୍ଚିବ ତାହା ଉପରେ ମଧ୍ୟ ଇଡି ନଜର ରଖିଛି। ତେବେ,  ଏଗ୍ରିଗୋଲ୍ଡ ସ˚ସ୍ଥା ଉଠି ଯିବା ପରେ ଅନେକ ଏଜେଣ୍ଟ ଜମାକାରୀଙ୍କ ଆକ୍ରୋଶ  ଭୟରେ ପାରଳାଖେମୁଣ୍ତି ଛାଡ଼ି ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟା କଲେ ଜମାକାରୀ ଟଙ୍କା ପାଇବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।