ଆନ୍ଧ୍ରପ୍ରଦେଶରେ ଏଗ୍ରିଗୋଲ୍ଡ ସ˚ସ୍ଥା ନିର୍ଦ୍ଦେଶକଙ୍କ ସମ୍ପତ୍ତି ଜବତ
ଓଡ଼ିଆ ଜମାକାରୀମାନେ ଟଙ୍କା ଫେରସ୍ତ ପାଇବେ କେବେ ?
ପୋଞ୍ଜି ସ୍କିମ ଏବ˚ ଅଣବ୍ୟାଙ୍କିଂ ଚିଟଫଣ୍ତ ରୋକିବା ଦିଗରେ କେନ୍ଦ୍ର ସରକାର ପ୍ରିଭେନସନ୍ ଅଫ୍ ମନି-ଲଣ୍ତରିଙ୍ଗ ଆକ୍ଟ (ପିଏମ.ଏଲ.ଏ)ଆଇନ ୨୦୧୭ ମସିହାରେ ଆଣିଥିଲେ । ‘ଏଗ୍ରିଗୋଲ୍ଡ’ ସ˚ସ୍ଥା ଗଜପତି ଜିଲ୍ଲାରେ ନିଜର କମିସନ ଏଜେଣ୍ଟଙ୍କ ମାଧ୍ୟମରେ ପ୍ରାୟ ୫ ଶହ କୋଟି ଟଙ୍କା ହଡ଼ପ କରିଥିବା ଅନୁମାନ କରାଯାଉଛି।
ଗ୍ରାମାଞ୍ଚଳରେ ଏହି ଅଣ ବ୍ୟାଙ୍କିଂ ଅନୁଷ୍ଠାନର ଶାଖା ସମ୍ପୂର୍ଣ୍ଣ ଭାବେ ମାଡ଼ି ଯାଇଥିଲା । ଏହି ସ˚ସ୍ଥା ଆନ୍ଧ୍ରପ୍ରଦେଶ ସରକାରଙ୍କ ସ୍ବୀକୃତିପ୍ରାପ୍ତ, ଆର.ବି.ଆଇ ଏହାର ପରିଚାଳନା ଦାୟିତ୍ବରେ ରହିଛି । ସ˚ସ୍ଥା ଖୋଲିବା ପାଇଁ ସେବି ଅନୁମତି ଦେଇଛି ଆଦି ମିଥ୍ୟା ତଥ୍ୟ ପ୍ରଦାନ କରି ଏହି ସ˚ସ୍ଥା ନିରୀହ ଏବ˚ ଗରିବ ଲୋକଙ୍କର ବିଶ୍ବାସ ଜନ୍ମାଇ ପାରିଥିଲା । ଭଲ ସୁଧ ଦେବୁ । କୃଷି ସାମଗ୍ରୀ ଜମାକାରୀଙ୍କୁ ମାଗଣାରେ ଦିଆଯିବ।