ଭୁବନେଶ୍ବର : କରୋନା ପାଇଁ ଲାଗୁ କରାଯାଇଥିବା ଲକ୍ଡାଉନ୍ ଓ ସଟ୍ଡାଉନ୍ କଟକଣାରୁ କୃଷି ସଂକ୍ରାନ୍ତୀୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ବାଦ୍ ଦିଆଯାଇଛି। ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ପ୍ରତିଷ୍ଠାନ ଓ ଔଷଧ ଦୋକାନ ପରି ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି ସାମଗ୍ରୀ ଦୋକାନ ଖୋଲା ରହିବ। ଏହାକୁ ଅତ୍ୟାବଶ୍ୟକ କାରବାରରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏହି ଦୋକାନସବୁ ପାଇଁ କୌଣସି ସମୟସୀମା ରଖାଯାଇ ନାହିଁ। କୋଭିଡ୍ କଟକଣା ପାଇଁ ଚାଷୀମାନେ ଧାନ ବିହନ ସଂଗ୍ରହ କରିବାରେ ଅସୁବିଧା ଭୋଗୁଛନ୍ତି। ଏହା ସହ ଚାଷ ସାମଗ୍ରୀ କିଣିବାରେ ଅସୁବିଧା ହେଉଛି। ଏ ନେଇ ବିଭିନ୍ନ ଆଡ଼ୁ ଅଭିଯୋଗ ଆସିଲା ପରେ କୃଷି ବିଭାଗ ପକ୍ଷରୁ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ପରେ ଏସ୍ଆର୍ସି କାର୍ଯ୍ୟାଳୟ ପକ୍ଷରୁ କୃଷି ସଂକ୍ରାନ୍ତୀୟ କାରବାର କଟକଣାମୁକ୍ତ ବୋଲି ଏକ ସ୍ପଷ୍ଟୀକରଣ ଦିଆଯାଇଛି।
କୃଷି ସଂକ୍ରାନ୍ତୀୟ ବ୍ୟବସାୟିକ ପ୍ରତିଷ୍ଠାନ କଟକଣାମୁକ୍ତ
/sambad/media/post_attachments/wp-content/uploads/2021/06/ag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)