ଭୁବନେଶ୍ୱର: ରାଜ୍ୟ ସଚିବାଳୟ ଠାରେ ସୋମବାର କୃଷି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ସନ୍ଧ୍ୟା ୫ଟା ୩୦ରେ ହେବାର କାର୍ଯ୍ୟକ୍ରମ ଅଛି। ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଅନୁମାନ କରାଯାଉଛି। ଚକଡ଼ା ପୋକ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଗତ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନେ ସେମାନଙ୍କ ଧାନ କ୍ଷେତରେ ନିଆଁ ଲଗାଇବା ଓ ବରଗଡ଼ ଜିଲ୍ଲା ଚାଷୀ ବୃନ୍ଦାବନ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣାକୁ ନେଇ ରାଜ୍ୟ ସଚିବାଳୟରେ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ରବିବାର ଏକ ବୈଠକର ଆୟୋଜିତ ହୋଇଥିଲା। ବୈଠକରେ ଫସଲ ହାନୀ ଓ ଚକଡ଼ା ପୋକ ନେଇ ବିସୃତ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି।