ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଏସଏସଡି ବାଳିକା ଉଚ୍ଚ ବିଦ୍ଯାଳୟ ପଡିଆରେ ବାମନଘାଟୀ ଉପଖଣ୍ଡସ୍ତରୀୟ କୁଷି ଯନ୍ତ୍ରପାତି ମେଳା ଆଜିଠାରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ଯନ୍ତ ତ୍ରିଦିବସୀୟ କାର୍ଯ୍ଯକ୍ରମ ସଭାପତି ରାଇରଙ୍ଗପୁର ଏଡିଓ ଲୋକନାଥ ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛିl ଏହାପରେ ସଭାପତି କୃଷି ଯନ୍ତ୍ରପାତି ମେଳା ଉପରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେl
ଏଥିରେ ମୁଖ୍ଯଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଭାରତୀ ହାଁସଦାଃ, ବିଜାତଳା ଜିଲ୍ଲା ପରିଷଦ ସଦସ୍ଯା ମୀନା ସୋରେନ, ସମନ୍ବିତ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ପରୀକ୍ଷିତ ଦାସ, ରାଇରଙ୍ଗପୁର ସହକାରୀ କୁଷି ନିର୍ବାହୀ ଯନ୍ତ୍ରୀ ତରଣୀ କାନ୍ତ ଦାସ, କରଂଜିଆ ସହକାରୀ କୁଷି ନିର୍ବାହୀଯନ୍ତ୍ରୀ ଅଜୟ କୁମାର ମାର୍ଣ୍ଡି ଓ ବହଳଦା ଏଡିଓ ଉତ୍ତମ କୁମାର ସାୱ ଉପସ୍ଥିତ ରହି କୃଷି ଉପରେ ବହୁ ମୂଲ୍ଯ ବୋଧଭିତ୍ତିକ ବକ୍ତବ୍ଯ ଦେବାକୁ ଯାଇ କହିଥିଲେ ଯେ ଓଡ଼ିଶା ଆଜି କୃଷିରେ ବହୁତ ଆଗେଇଛିl ଧାନଠାରୁ ଆରମ୍ଭ କରି ପନିପରିବା କ୍ଷେତ୍ରରେ ଅନ୍ଯ ରାଜ୍ଯ ତୁଳନାରେ ଓଡ଼ିଶା ତାର ପ୍ରାଧାନ୍ଯ ବିସ୍ତାର କରିପାରିଛିl ଏଠାରୁ ମଧ୍ଯ ଖାଦ୍ଯ ଉତ୍ପାଦିତ ହୋଇ ବାହାର ରାଜ୍ଯକୁ ରତ୍ପାନି ହୋଇପାରୁଛିl ଏହି ମେଳାରେ ବିଭିନ୍ନ ପ୍ରକାର ଷ୍ଟଲ ବସିଅଛି, ଯେଉଁଠି ଚାଷୀମାନେ ମନମୁତାବକ କୁଷି ଯନ୍ତ୍ରପାତି ଖରିଦି କରିପାରିବେ ଏବଂ ତାହାକୁ ନିଜ ନିଜର କୁଷି କ୍ଷେତ୍ରରେ ଉପଯୋଗ କରିପାରିବେl
ପୁରସ୍କାର ବିତରଣୀ ପର୍ବରେ ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକର ସଫଳ ଚାଷୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲାl ସେମାନଙ୍କ ମଧ୍ଯରେ ରାଇରଙ୍ଗପୁର ବ୍ଲକର ସାଉନ୍ତେ ହେମ୍ବ୍ରମ, ବିଜାତଳାର ଯଦୁମଣି ମାଝୀ, ବିଶୋଇର ବିନାୟକ ନନ୍ଦ, କୁସୁମୀର ମହୋନ ସୋରେନ, ବହଳଦାର ଧନୁର୍ଦ୍ଦର ହାଁସଦାଃ, ଜାମଦାର ପାରନ ହେମ୍ବ୍ରମ ଓ ତିରିଂର ଜିରୁମ ନାଏକ ପ୍ରମୁଖ ଥିଲେl
ଉକ୍ତ ବୈଠକରେ ଚାଷୀ, ସରପଞ୍ଚ, ପଞ୍ଚାୟତସମିତି ସଭ୍ଯସଭ୍ଯା, ୱାର୍ଡ ମେମ୍ବର, ଏସଏସଜି ଗ୍ରୁଫ୍, ଏଏଫ୍ଓ ତଥା ବିଭିନ୍ନ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ରହିଥିଲେl ଏହି ଭବ୍ଯ କାର୍ଯ୍ଯକ୍ରମରେ ବିଶୋଇ କୃଷି ଅଧିକାରୀ ସୁଧାଂଶୁ ପଣ୍ଡା, ଜାମଦା ବ୍ଲକ କୁଷି ଅଧିକାରୀ ଶୁଭଲକ୍ଷ୍ମୀ ଦାଶ, ଅଙ୍କିତା ନାଏକ, ନାମିତା ମୁର୍ମୁ, ସଞ୍ଜନା ମହାନ୍ତ ପ୍ରମୁଖ ସଭା ପରିଚାଳନା କରିଥିବା ବେଳେ ବିଜାତଳା ବ୍ଲକ କୃଷି ଅଧିକାରୀ ପ୍ରଦୀପ ନାୟକ, ବହଳଦା ସହକାରୀ ବ୍ଲକ କୃଷି ଅଧିକାରୀ ଇ କୁମାର ହେମ୍ବ୍ରମ୍, ମୋହନ ମୁର୍ମୁ ପ୍ରମୁଖ ପରିଚାଳନରେ ସହୋଯାlଗ କରିଥିଲେl ଆସନ୍ତା ୨୯ ତାରିଖ ଉଦଯାପନୀ କାର୍ଯ୍ଯକ୍ରମରେ ମୁଖ୍ଯଅତିଥି ଭାବେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଓ ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବ୍ଲକ ଅଧ୍ଯକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ଯୋଗ ଦେବେ ବୋଲି ରାଇରଙ୍ଗପୁର କୁଷି ଅଧିକାରୀ ସୂଚନା ପ୍ରଦାନ କରିଛନ୍ତିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/27/CkmIQUSp6xAyGGIA0men.jpg)