ଭୁବନେଶ୍ବର : ପରୀ ମୃତ୍ୟୁ ଘଟଣାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହାପରେ ଅପରାହ୍ଣରେ ମନ୍ତ୍ରୀ ଅରୁଣ ସାହୁ ଗୃହରେ ବିବୃତି ରଖି କହିଛନ୍ତି ଯେ ଛୋଟ ଝିଅ ପରୀର ମୃତ୍ୟୁରେ ସେ ଗଭୀର ମର୍ମାହତ। ରାଜନୈତିକ ଜୀବନରେ ମୁଁ ହିଂସାର ଘୋର ବିରୋଧୀ। ମୁଁ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରୁଛି। କ୍ରାଇମବ୍ରାଞ୍ଚ ଉପରେ ମୋର ଦୃଢ଼ ବିଶ୍ବାସ ରହିଛି। ତଦନ୍ତ ପରେ ଦୋଷୀ ସାମ୍ନାକୁ ଆସିବ। ଏଥିରେ ଯିଏ ବି ଜଡ଼ିତ ହୋଇଥାଉନା କାହିଁକି ସେ ଦଣ୍ଡିତ ହେବ। ଏଥିସହ ନିଜ ବିବୃତିରେ ସେ ଆହୁରି କହିଥିଲେ ଏହି ଘଟଣାର ଅଯଥାରେ ରାଜନୀତିକରଣ କରା ନଯାଉ। ପରୀ ନ୍ୟାୟ ପାଉ, ସତ୍ୟର ଉନ୍ମୋଚନ ହେଉ।
ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ନୟାଗଡ଼ର ବହୁଚର୍ଚ୍ଚିତ ପରୀ ମୃତ୍ୟୁ ଘଟଣା ନେଇ ବିଧାନସଭାରେ ପୁଣି ହଙ୍ଗାମା ହୋଇଥିଲା । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହୋହାଲ୍ଲା ହେବା ପରେ ପ୍ରଥମେ ୨୦ମିନିଟ ଏବଂ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଳେ ବାଚସ୍ପତି। ବିଧାନସଭା ବାହାରେ ଉଭୟ କଂଗ୍ରେସ ଓ ବିଜେପି ହଙ୍ଗାମା କରିଥିବା ମଧ୍ୟ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Arun-sahoo-on-pari-case26_thumb.jpg)