ଗୁଜବରୁ ଦୂରେଇ ରହୁନ୍ତୁ, କୁକୁଡ଼ା ଅଣ୍ଡା ଓ ମାଛ ମାଂସ ଖାଇବା ଦ୍ୱାରା କରୋନା ବ୍ୟାପୁନାହିଁ : କୃଷିମନ୍ତ୍ରୀ

ଭୁବନେଶ୍ବର:  କରୋନାକୁ ନେଇ ଜନସାଧାରଣଙ୍କ ମନରେ ଭୟ ଜାତ ହୋଇଛି । ସେମାନେ ଭାବୁଛନ୍ତି ହୁଏତ ମାଛମାଂସ ଖାଇଲେ କରୋନା ସଂକ୍ରମଣ ହୋଇପାରେ। ଫଳରେ ଲୋକେ ଆମିଷ କିଣିବାରୁ ବିମୁଖ ହୋଇଛନ୍ତି। ବଜ‌ା‌ର ଚାହିଦା ନଥିବାରୁ  ଶସ୍ତାରେ କୁକୁଡ଼ା ବିକ୍ରି ହେଉଛି । କୁକୁଡା ଖାଇଲେ କରୋନା ବ୍ୟାପିବ ବୋଲି ଅପପ୍ରଚାର ହେବା ପରେ ଭୁଷୁଡି ଯାଇଛି କୁକୁଡା ଚାଷ । ରୋଜଗାର ହରାଉଛନ୍ତି କୁକୁଡା ଚାଷୀ ଓ ବ୍ୟବସାୟୀ ।  ଏହି ପରିସ୍ଥିତିକୁ ସୁଧାରିବା ଲାଗି କୃଷିମନ୍ତ୍ରୀ ଅରୁଣ ସାହୁ ସାମ୍ନାକୁ ଆସିଛନ୍ତି। ସେ ଜନସାଧାରଣଙ୍କୁ ସଚେତନ କରିବାକୁ କହିଛନ୍ତି,  ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନାହିଁ।

ଚିକେନକୁ ଭଲ ଭାବେ ରୋଷେଇ କରି ଖାଆନ୍ତୁ । ଏପରି ଗୁଜବରୁ ଦୂରେଇ ରହୁନ୍ତୁ । କୁକୁଡ଼ା ଅଣ୍ଡା ଓ ମାଛ ମାଂସ ଖାଇବା ଦ୍ୱାରା କରୋନା ବ୍ୟାପୁନାହିଁ, ତେଣୁ ଏସବୁ ଖାଇବାରେ କୌଣସି ଅସୁବିଧା ନାହିଁ  ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

କୁକୁଡ଼ା ଖାଇବା ଦ୍ୱାରା କରୋନା ଭୂତାଣୁ ବ୍ୟାପୁନି । ଗୁଜବକାରୀ କେବଳ ଗୁଜବ ସୃଷ୍ଟି କରୁଛନ୍ତି । ଫଳରେ ଅକାରଣରେ କୁକୁଡ଼ା ଚାଷୀ କ୍ଷତି ସହୁଛନ୍ତି । କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ଡିଏମଇଟି ପର୍ଯ୍ୟନ୍ତ ସମସ୍ତେ  କହିଥିଲେ ଯେ କୁକୁଡା ଖାଇଲେ କରୋନା ବ୍ୟାପିବ ନାହିଁ । ହେଲେ ଲୋକଙ୍କ ଭିତରେ କରୋନାକୁ ନେଇ ଥିବା ଭୟ ଯୋଗୁଁ କୁକୁଡାଙ୍କୁ ବିଲରେ ଛାଡି ଦେବା ଭଳି ଚିତ୍ର ଦେଖିବାକୁ ମିଳିଥିଲା । କରୋନା ଭୟରେ କୁକୁଡା ଫାର୍ମ ଖାଲି ହୋଇଯାଇଛି ଓ ବିଲରେ କୁକୁଡା ବୁଲୁଛନ୍ତି ।

ସମ୍ବନ୍ଧିତ ଖବର