ସାତଶଙ୍ଖ: ଛତାଘର ପ୍ରଧାନ ସାହି ସ୍ଥିତ ଅର୍ଗାନିକ୍ ବାୟୋଟେକ୍ ଫାର୍ମରେ ଇଫ୍କୋ ଏବଂ ଓଏଫ୍ଏସ୍ଆଇଏଫ୍ଏସ୍ ସଂସ୍ଥାର ମିଳିତ ପ୍ରୟାସରେ ଏକ କୃଷକ ତାଲିମ ଶିବିର ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆଜିକାଲି ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁ ମାଟିର ଉର୍ବରତା ନଷ୍ଟ ହେବା ସହ ମାଟିରେ ଥିବା ଉପକାରୀ ଜୀବମାନେ ମରିଯାଉଛନ୍ତି; ଯାହାଦ୍ୱାରା ମାଟି ଟାଣ ଓ ଅମ୍ଳଯୁକ୍ତ ହୋଇଯାଉଛି। ଏହାର ନକାରାତ୍ମକ ପ୍ରଭାବ ଫସଲ ଉପରେ ପଡୁଛି। ତେଣୁ ମାଟିରେ ରାସାୟନିକ ସାର ପ୍ରୟୋଗ ନ କରି ନାନୋଡିଏପି ଓ ନାନୋ ୟୁରିଆ ପତ୍ର ଛିଞ୍ଚା କଲେ ଫସଲ ଅଧିକା ହେବା ସହ ପରିବେଶ ଭଲ ରହିବ ବୋଲି ଇଫ୍କୋର କ୍ଷେତ୍ର ଅଧିକାରୀ ସୌମ୍ୟକାନ୍ତ ହାତି ଚାଷୀମାନଙ୍କୁ ବୁଝାଇଥିଲେ। ଏଥିରେ କୃଷି ବିଭାଗର ପ୍ରାକ୍ତନ ଉପନିର୍ଦ୍ଦେଶକ ତଥା ବିଶିଷ୍ଟ କୀଟତତ୍ତ୍ୱବିତ୍ ଡ. ବିଜୟାନନ୍ଦ ମହାନ୍ତି ଧାନର ଅମଳ ବଢାଇବା ପାଇଁ କି କି ବୈଜ୍ଞାନିକ ପଦ୍ଧତି ଆପଣାଇବାକୁ ହେବ ଚିତ୍ର ମାଧ୍ୟମରେ ବୁଝାଇଥିଲେ। ଏଥିରେ ସଭାପତିତ୍ୱ କରିଥିଲେ ଅନ୍ନପୂର୍ଣ୍ଣା ଦାସ। ଉକ୍ତ ଶିବିରରେ ଆଖପାଖ ୫ଖଣ୍ଡ ଗ୍ରାମର ଚାଷୀମାନେ ଯୋଗ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp