ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ପ୍ରାଥମିକ ପର୍ବ ଆରମ୍ଭ, ନୟାଗଡ଼ରେ ପହଂଚିଲା ଆଜ୍ଞାମାନ

ନୟାଗଡ଼/ପୁରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରାଥମିକ ପର୍ବ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ ଆଜ୍ଞାମାନ ସୋମବାର ନୟାଗଡ଼ରେ ପହଂଚିଛି। ନୟାଗଡ଼ ଜିଲ୍ଲାର ଗଣିଆ ବଡ଼ରାଉଳି ମଠରେ ମଙ୍ଗଳବାର ପୂଜାର୍ଚ୍ଚନା ହେବ। ପରେ ରଥ ନିର୍ମାଣ ପାଇଁ ଗଛକଟା ଆରମ୍ଭ ହେବ।

ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ ଉଦ୍ଦେଶ୍ୟରେ ରଥ ସଂହିିତା ମୁତାବକ ଜଙ୍ଗଲ ବିଭାଗ ଯୋଗାଉଥିବା ରଥକାଠ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୫ ଜଣିଆ ଟିମ ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ, ବିନ୍ଧେଶ୍ୱର ପାତ୍ର, ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ନୟାଗଡ଼ରେ ପହଂଚିଛନ୍ତି। ବଡ଼ମୂଳସ୍ଥିତ ମାଁ ବଡ଼ଳାଉଳ ଠାକୁରାଣୀଙ୍କ ମଙ୍ଗଳବାର ପୂଜା ନିମନ୍ତେ ଏହି ଟିମ ଲାଗିମାଳ, ମହାପ୍ରସାଦ, ଖଣ୍ଡୁଆ, ପତନୀ, ଧୂପଦୀପ ଇତ୍ୟାଦି ଆବଶ୍ୟକ ସାମଗ୍ରୀ ନେଇ ଗସ୍ତ କରିଛନ୍ତି।

ସୂଚନାଯୋଗ୍ୟ ଆସନ୍ତା ଜୁଲାଇ ୪ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ରଥଯାତ୍ରା ହେବ। ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ପର୍ଯ୍ୟାୟ କ୍ରମେ ପୁରୀ ବଡ଼ଦାଣ୍ଡକୁ ରଥ କାଠ ପହଂଚିବ। ଶ୍ରୀପଂଚମୀ ଦିନ ରଥକାଠ ପୂଜା ହେବ ଏବଂ ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୂଳ ହେବ।

ସମ୍ବନ୍ଧିତ ଖବର