ନଭେମ୍ବରରେ ଆଉଥରେ ‘ଆହେ ନୀଳଶଇଳ’, ଆରମ୍ଭ ହେଲା ଅଗ୍ରିମ ଟିକେଟ୍ ବୁକିଂ

Advertisment
ନଭେମ୍ବରରେ ଆଉଥରେ ‘ଆହେ ନୀଳଶଇଳ’, ଆରମ୍ଭ ହେଲା ଅଗ୍ରିମ ଟିକେଟ୍ ବୁକିଂ

ଭୁବନେଶ୍ବର : ଓଡ଼ିଶାରେ ଓ ଓଡ଼ିଶା ବାହାରେ ସଫଳତାର ସହ ପ୍ରଦର୍ଶିତ ହୋଇ ଲୋକପ୍ରିୟତାର ଶୀର୍ଷ ଛୁଇଁବା ପରେ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଆଉ ଥରେ ମଞ୍ଚସ୍ଥ ହେବ ରାଜଧାନୀ ଭୁବନେଶ୍ବରରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନରକ୍ଷା ଲାଗି ଗଜପତି ରାମଚନ୍ଦ୍ର ଦେବଙ୍କ ତ୍ୟାଗ ଓ ବଳିଦାନର କାହାଣୀ ପୁଣି ଥରେ ଦର୍ଶକଙ୍କୁ ଭାବବିହ୍ବଳ କରିବ। ଆସନ୍ତା ନଭେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ମଞ୍ଚସ୍ଥ ହେବ ଚକଲେଟ୍ ପ୍ରଡକସନ୍ସ ପ୍ରଯୋଜିତ ‘ଆହେ ନୀଳଶଇଳ’।

ଆଗ୍ରହୀ ଦର୍ଶକଙ୍କ ଲାଗି ଅନଲାଇନରେ ନାଟକର ଅଗ୍ରିମ ଟିକେଟ ଉପଲବ୍ଧ ହୋଇଛି। ବର୍ତ୍ତମାନ ‘ବୁକ୍ ମାଇଁ ସୋ’ ୱେବସାଇଟରୁ ଟିକେଟ୍ ବୁକିଂ କରିହେବ ଓ ପ୍ରତି ଟିକେଟର ମୂଲ୍ୟ ୩୦୦ଟଙ୍କା ରହିଛି। ଅଗ୍ରିମ ଟିକେଟ୍ ପାଇବାରେ କୌଣସି ସମସ୍ୟା ହେଲେ ୯୮୫୩୦୩୫୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ଚକଲେଟ୍ ପ୍ରଡକସନ୍ସ ପକ୍ଷରୁ ଅନୁରୋଧ କରାଯାଇଛି।

‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ଦିଗଦର୍ଶନରେ ପ୍ରସ୍ତୁତ ‘ଆହେ ନୀଳଶଇଳ’ ନାଟକର ଆତ୍ମା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା ନାଟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମଞ୍ଚ ଓ ଯାତ୍ରା ଦୁନିଆର ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ। ଏଥିରେ ଓଡ଼ିଆ ସିନେମା ଓ ଟେଲିଭିଜନ ଶିଳ୍ପର ଅନେକ ଜଣାଶୁଣା କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ପ୍ରଥମେ ଏପ୍ରିଲ୍ ୭ରୁ ୧୦ ତାରିଖ, ୪ ଦିନ ଧରି ଭୁବନେଶ୍ବରରେ ମଞ୍ଚସ୍ଥ ହେବା ପରେ ଦର୍ଶକଙ୍କ ଅନୁରୋଧ କ୍ରମେ ପୁଣି ଜୁଲାଇ ୮ରୁ ୧୦, କ୍ରମାଗତ ୩ ଦିନ ଅଭିନୀତ ହୋଇଥିଲା ‘ଆହେ ନୀଳଶଇଳ’। ଏହାପରେ ଗତ ଅକ୍ଟୋବର ୧୪ରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବେଙ୍ଗାଲୁରୁର ରବୀନ୍ଦ୍ର କଳାକ୍ଷେତ୍ର ପ୍ରେକ୍ଷାଳୟରେ ‘ଆହେ ନୀଳଶଇଳ’ ମଞ୍ଚସ୍ଥ ହୋଇ ପ୍ରବାସୀ ଓଡ଼ିଆ ଓ ସ୍ଥାନୀୟ ଦର୍ଶକଙ୍କ ମନ ମୋହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe