ଭୁବନେଶ୍ବର: ‘ଜୟ ଜଗନ୍ନାଥ...’ ଧ୍ବନି ସହ ଆଜି ରବୀନ୍ଦ୍ର ମଣ୍ଡପଠାରେ ପାଞ୍ଚ ଦିନ ଧରି ମଞ୍ଚସ୍ଥ ହେଉଥିବା ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ଆଜି ପରଦା ନଇଁଛି। ଉଦ୍ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ନାଟ୍ୟକାର ଡ. ପ୍ରତିମା ହୋତା ଯୋଗଦେଇ ନାଟକ ଦେଖି ଅଭିଭୂତ ହୋଇଯାଇଥିଲେ।
ଏହି ଅବସରରେ ସେ କହିଥିଲେ, ନାଟକରେ ମହାରାଣୀ ଲଳିତା ପାଟଦେଇଙ୍କ ଦମ୍ଭୋକ୍ତି, ସରଦେଇର ଭକ୍ତି ଓ ରଜିଆର ପ୍ରେମୋକ୍ତି ନାରୀମାନଙ୍କ ପୂର୍ଣ୍ଣାଙ୍ଗ ରୂପକୁ ପ୍ରଦର୍ଶିତ କରୁଥିଲା। ଶେଷ ଦିନରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ହାଉସ୍ଫୁଲ୍ ରହିଥିବା ବେଳେ ପୁଣି ଥରେ ଏହି ନାଟକ ମଞ୍ଚସ୍ଥ କରିବାକୁ ଦର୍ଶକମାନେ ଅନୁରୋଧ କରିଥିଲେ। ତେବେ ‘ଚକ୍ଲେଟ୍ ପ୍ରଡକ୍ସନ୍’ ପକ୍ଷରୁ ମଞ୍ଚସ୍ଥ ଏହି ନାଟକ ଏତିକିରେ ଦର୍ଶକଙ୍କଠାରୁ ବିଦାୟ ନେଇନି।
ଏହା ଖୁବ୍ଶୀଘ୍ର ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଫେରିବ ବୋଲି ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।