ରକ୍ତତୀର୍ଥ ‘ଇରମ୍‌’ରେ ଅହିଂସା ରଥକୁ ଭବ୍ୟ ସ୍ବାଗତ

ଭଦ୍ରକ: ରକ୍ତତୀର୍ଥ ଇରମ୍‌ର ପବିତ୍ର ମାଟିରେ ଆଜି ଅହିଂସା ରଥ ପହଞ୍ଚିଛି। ଏହି ରଥକୁ ବାସୁଦେବପୁରରେ ବିଧାୟକଙ୍କ ସମେତ ବ୍ଲକର ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଆଦି ଦେଶପ୍ରେମୀ ନାଗରିକ ଉଚ୍ଛ୍ବସିତ ଢଙ୍ଗରେ ସ୍ବାଗତ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ବାଣ୍ଟିଛନ୍ତି ସ୍ବାଧୀନତାର ମହକ। ଅହିଂସା ରଥକୁ ସ୍ବାଗତ କରି ସାଂସ୍କୃତିକ କାର୍ଯ୍ୟକ୍ରମର ତଥା ପଦଯାତ୍ରାର ଆୟୋଜନ କରାଯାଇଛି। ଏହି ଅବସରରେ ବାସୁଦେବପୁର ବ୍ଲକର ବିଭିନ୍ନ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ସମସ୍ତଙ୍କ ମନରେ ଥିଲା ପ୍ରବଳ ଆଗ୍ରହ ଏବଂ ଅଧିକାଂଶ ଲୋକଙ୍କ ହାତରେ ଶୋଭା ପାଉଥିଲା ତ୍ରିରଙ୍ଗା। 

ସୂଚନାଯୋଗ୍ୟ, ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ରଥ ସମଗ୍ର ରାଜ୍ୟରେ ବୁଲୁଛି। ବିଶେଷ କରି ସ୍ବାଧୀନତା ଆନ୍ଦୋଳନ ସହିତ ସଂପର୍କ ରଖିଥିବା ଐତିହାସିକ ସ୍ଥଳୀରେ ଏହି ରଥ  ଅହିଂସାର ବାର୍ତ୍ତା ଦେଉଛି। ଏହି ପରିପ୍ରେକ୍ଷୀରେ ଗତ ୧୩ ତାରିଖ ଦିନ ଅହିଂସା ରଥ କୋରାପୁଟ ଜିଲ୍ଲାର ସହିଦ୍ ଲକ୍ଷ୍ମଣ ନାୟକଙ୍କ ପୀଠ ତେନ୍ତୁଳିଗୁମ୍ମା ଠାରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର