ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ସାନକୋଦଣ୍ଡା ପଞ୍ଚାୟତ ଅଧିନ ବାହାଡ଼ାପଦର ଗ୍ରାମରୁ ଆଜି ଏକ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି। ଗ୍ରାମର ସନାତନ ସାହୁଙ୍କ ଘର ଛାତ ଉପରେ ଏହି ବିଷଧର ସାପ ରହିଥିବା ପରିବାର ଲୋକେ ପ୍ରଥମେ ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ।
ବନ ବିଭାଗର ସ୍ନେକ୍ ରେସ୍କୁ ଟିମର ସଞ୍ଜୟ କୁମାର ସ୍ବାଇଁ, ଭୀକାରି ବିଷୋୟୀ, କେଦାର ମଲ୍ଲିକ, ପ୍ରମୋଦ ବିଷୋୟୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ କରି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୧୦ ଫୁଟ ହେବା ବୋଲି ଉଦ୍ଧାର କରିଥିବା ଟିମ୍ କହିଥିଲେ। ଏହାପରେ ନିକଟ ଡାଙ୍ଗୁଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଛଡାଯାଇଥିବା ବନ କର୍ମଚାରୀ ପ୍ରକାଶ କରିଛନ୍ତି।
Snake | Odisha | ganjam
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/29/2025-01-29t142309426z-whatsapp-image-2025-01-03-at-23901-am.jpeg)
/sambad/media/media_files/2025/08/23/ahiraj-snake-2025-08-23-20-33-41.jpeg)