ଭୁବନେଶ୍ବର : କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନଙ୍କୁ ନିଯୁକ୍ତ କରାଯାଇଛି । ପ୍ରତି ଜିଲ୍ଲା ପାଇଁ ଥିବା ଏଆଇସିସି ପର୍ଯ୍ୟବେକ୍ଷକମାନଙ୍କ ଦ୍ବାରା କରାଯାଇଥିବା ସମୀକ୍ଷା, ବିଭିନ୍ନ ପଦାଧିକାରୀ ଓ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ମିଳିଥିବା ରିପୋର୍ଟ ଆଧାରରେ ଏବଂ ପ୍ରତି ପର୍ଯ୍ୟବେକ୍ଷକଙ୍କ ସହ ହୋଇଥିବା ବୈଠକ ପରେ କଂଗ୍ରେସ ସଭାପତି ଏସବୁ ନାମଗୁଡ଼ିକୁ ମଂଜୁରୀ ଦେଇଛନ୍ତି । 

Advertisment

ଅନୁଗୁଳ ପାଇଁ ସୁନୀଲ ପ୍ରଧାନ ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି । ବାଲେଶ୍ୱର ପାଇଁ ସତ୍ୟଶିବ ଦାସ ଓ ବରଗଡ଼ ପାଇଁ ହରଦୀପ ସିଂ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଭଦ୍ରକ ପାଇଁ ନଳିନୀକାନ୍ତ ମହାନ୍ତି, ଭୁବନେଶ୍ୱର ପାଇଁ ପ୍ରକାଶ ଚନ୍ଦ୍ର ଜେନା, ବଲାଙ୍ଗିର ପାଇଁ ଅନିଲ ମେହେର ଓ ବୌଦ୍ଧ ପାଇଁ ବିନ୍ଧ୍ୟା ବିନୀ ସାହୁ ଜିଲ୍ଲା ସଭାପତି ହୋଇଛନ୍ତି । କଟକ ପାଇଁ ପ୍ରଦୀପ୍ତ କୁମାର ଦାସ ଓ କଟକ ସହର ପାଇଁ ଗିରିବଳା ବେହେରା ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦେବଗଡ଼ ପାଇଁ ସେମ ହେମରାମ, ଧେନକାନାଳ ପାଇଁ ଛବିରାଜ ବିଶ୍ୱାଳ, ଗଜପତି ପାଇଁ ଦାଶରଥି ଗୋମାଙ୍ଗୋ, ଗଞ୍ଜାମ ପୂର୍ବ ପାଇଁ ରଶ୍ମିରଞ୍ଜନ ପଟ୍ଟନାୟକ ଓ ଗଞ୍ଜାମ ପଶ୍ଚିମ ପାଇଁ ରମେଶ ଚନ୍ଦ୍ର ଜେନା ଜିଲ୍ଲା ସଭାପତି ହୋଇଛନ୍ତି । ଜଗତସିଂହପୁର ପାଇଁ ଦେବପ୍ରସାଦ ନାୟକ, ଯାଜପୁର ପାଇଁ ମଗୁଣି ବଟକୃଷ୍ଣ ଜେନା, ଝାରସୁଗୁଡ଼ା ପାଇଁ ଜୀବନ ସାର୍ଥକ ଦାସ ଓ କଳାହାଣ୍ଡି ପାଇଁ ଜଲନ୍ଧର ନାୟକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । କନ୍ଧମାଳ ପାଇଁ ଚନ୍ଦ୍ରଶେଖର ପରିଡ଼ା, କେନ୍ଦ୍ରାପଡ଼ା ପାଇଁ ଡା. ଦେବସ୍ମୃତା ଶର୍ମା, କେନ୍ଦୁଝର ପାଇଁ ମନୋଜ କୁମାର ଜେନା ଓ ଖୋର୍ଦ୍ଧା ପାଇଁ ରଜୀବ କୁମାର ପଟ୍ଟନାୟକ ଜିଲ୍ଲା ସଭାପତି ହୋଇଛନ୍ତି । କୋରାପୁଟ ପାଇଁ ରୂପକ ତୁରୁକ, ମଳକାନଗିରି ପାଇଁ ଜି. ଶ୍ରୀନିବାସ ରାଓ, ମୟୁରଭଞ୍ଜ ପୂର୍ବ ପାଇଁ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ମୟୁରଭଞ୍ଜ ପଶ୍ଚିମ ପାଇଁ ଭୂଷଣ ବିହାରୀ ସାହୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ନବରଙ୍ଗପୁର ପାଇଁ ଡା. ଲିପିକା ମାଝି, ନୟାଗଡ଼ ପାଇଁ ରଞ୍ଜିତ ଦାସ, ନୂଆପଡ଼ା ପାଇଁ ଘାସୀ ରାମ ମାଝି ଓ ପୁରୀ ପାଇଁ ରାଜେଶ କୁମାର ମିଶ୍ର ଜିଲ୍ଲା ସଭାପତି ହୋଇଛନ୍ତି । ରାୟଗଡ଼ା ପାଇଁ ଅପ୍ପଲା ସ୍ୱାମୀ କାଦ୍ରକା, ରାଉରକେଲା ପାଇଁ ସବିର ହୁସେନ, ସମ୍ବଲପୁର ପାଇଁ ଅମିତ କୁମାର ଗୁରୁ, ସୁବର୍ଣ୍ଣପୁର ପାଇଁ ବିନୋଦ ପତ୍ର ଓ ସୁନ୍ଦରଗଡ଼ ପାଇଁ ନିର୍ମଳ ଚନ୍ଦ୍ର ନାଇକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।