ଶ୍ରୀକାନ୍ତଙ୍କୁ ରାହୁଲ ଛାଟ : ଇସ୍ତାହାର ପ୍ରସ୍ତୁତି ପୂର୍ବରୁ ବିଦା

ନୂଆ କମିଟିରେ ଗଣେଶ୍ବର ଅଧ୍ୟକ୍ଷ

ଭୁବନେଶ୍ବର : ନିର୍ବାଚନ ଲାଗି ଇସ୍ତାହାର ପ୍ରସ୍ତୁତି ଆରମ୍ଭ ହେବା ପୂର୍ବରୁ କେଂଗ୍ରସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା କଂଗ୍ରେସରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଦାବି କରୁଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ବିଦା କରାଯାଇଛି।

ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ହେଁ, ଦଳର ମୁଖିଆ କୌଣସି କାରଣ ଦର୍ଶାଇନାହାନ୍ତି କିମ୍ବା ଜେନାଙ୍କୁ ଅନ୍ୟ କେଉଁଠାରେ ମଧ୍ୟ ଥଇଥାନ କରାଯାଇନାହିଁ। ବରଂ ତାଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଗଠନ କରାଯାଇଛି। ଏସଂକ୍ରାନ୍ତ ବିଜ୍ଞପ୍ତି ଦଳ ପକ୍ଷରୁ ଜାରି ହୋଇଛି। ଏଆଇସିସି ସାଧାରଣ ସଂପାଦକ ଅଶୋକ ଗେହଲଟ୍‌ ଗଣମାଧ୍ୟମଙ୍କୁ ଏହା ଜଣାଇଛନ୍ତି। ଏହି କମିଟିର ସଦସ୍ୟ ଭାବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଂସଦା, ମେରୀ ସୁରୀନ୍‌, ନଟବର ଖୁଣ୍ଟିଆ, ପ୍ରଫେସର ଲିଆକତ୍‌ ଅଲ୍ଲୀ, ସତ୍ୟ ପ୍ରକାଶ ନାୟକ ଓ ବିସ୍ମୟ ମହାପାତ୍ର ରହିଛନ୍ତି। ନୂଆ କମିଟି ଓ ଏହାର କର୍ମକର୍ତାମାନଙ୍କୁ ଅଭିନନ୍ଦନ ଜଣାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସର୍ବଶ୍ରେଷ୍ଠ ଇସ୍ତାହାର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ବାରମ୍ବାର କେଂଗ୍ରସକୁ ଦୁର୍ବଳ ଅବସ୍ଥାକୁ ଟାଣିେନଇଥିବା ଶ୍ରୀକାନ୍ତଙ୍କ ବିେରାଧରେ ରାହୁଲଙ୍କ ଏଭଳି ପଦକ୍ଷେପ କେଂଗ୍ରସ ଶିବିରରେ ଆଲୋଡନ ସୃଷ୍ଟି କଲାଣି। ଓଡ଼ିଶା ଗସ୍ତ ପୂର୍ବରୁ ରାହୁଲଙ୍କର ଏଭଳି ପଦକ୍ଷେପକୁ େନଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା େଜାର ଧରିଛି।

ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇ ଦଳରେ ବିଶୃଙ୍ଖଳ ନେତାଙ୍କ ପ୍ରତି ରାହୁଲ ଭିନ୍ନ ଏକ ସଙ୍କେତ ଦେଇଥିବା ଗୋଟିଏ ମହଲ କହୁଛନ୍ତି। ଏହି ମହଲର ମତ ହେଉଛି, ସେ ଯେତେ ପ୍ରଭାବଶାଳୀ ବୋଲି ଦାବି ପଛେ କରନ୍ତୁ, ଶୃଙ୍ଖଳାର ପାଠ ଶିଖିବାକୁ ପଡିବ। ଏପରିକି ଶ୍ରୀକାନ୍ତ ଯଦି କେନ୍ଦ୍ରୀୟ ନେତୃତ୍ବର ସଙ୍କେତ ବୁଝିନପାରନ୍ତି ବା ବୁଝି ଅବୁଝା ହୁଅନ୍ତି, ତେବେ ଆଗକୁ ରାହୁଲ ଅଧିକ କଠୋର ହୋଇପାରନ୍ତି ବୋଲି ନୂଆଦିଲ୍ଲୀ ସୂତ୍ରରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଶ୍ରୀ ଜେନାଙ୍କ ଗୋଟିଚାଳନା ଓ ବୟାନବାଜି ରାଜ୍ୟ କେଂଗ୍ରସରେ ଝଡ ସୃଷ୍ଟି କରିଆସିଛି। ଦଳୀୟ କର୍ମୀ ହତୋତ୍ସାହିତ ହୋଇଛନ୍ତି ଓ ବିେରାଧୀ ଫାଇଦା ନେଇଛନ୍ତି। ଗତ କିଛି ତଳେ କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ପରେ ଯେଭଳି ବୟାନବାଜି ଚଳାଇଥିଲେ, ତାଙ୍କ ପଛରେ ଶ୍ରୀକାନ୍ତଙ୍କ ହାତ ରହିଥିବା ନେଇ ଚର୍ଚ୍ଚା ହେଉଥିଲା। ଏପରିକି ବିେରାଧୀ ଦଳ ମୁଖ୍ୟ ସଚେତକ ଖୋଲାେଖାଲି ତାଙ୍କ ନାମ ନେଇଥିଲେ।

କାରଣ କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ନୈତିକତା ଦୃଷ୍ଟିରୁ କୃଷ୍ଣ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ଶାସକ ବିଜେଡି କି ବିଜେପି ପରିବର୍ତେ ସେ କଂଗ୍ରେସ ଦଳ ବିଶେଷ କରି ବିେରାଧୀ ଦଳ ନେତାଙ୍କ ବିେରାଧରେ ଅତ୍ୟନ୍ତ କଟୁ ମନ୍ତବ୍ୟ ଦେଇଥିଲେ। ଏହି ଘଟଣା ହାଇକମାଣ୍ଡଙ୍କୁ ଆଚମ୍ବିତ କରିଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ଇସ୍ତାହାର କମିଟିର ବୈଠକ ନ କରି କଂଗ୍ରେସରୁ ପଛୁଆ ବର୍ଗର ଜଣଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ୨ଜଣ ପ୍ରାର୍ଥୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଛିଡ଼ା କରିବା ନେଇ ଶ୍ରୀକାନ୍ତ ଗଣମାଧ୍ୟମରେ ବିବୃତି ଦେଇଥିଲେ। ତାଙ୍କର ଏଭଳି ଜାତିବାଦ୍‌ ରଣନୀତି କଂଗ୍ରେସର ଶୀର୍ଷ େନତୃତ୍ବକୁ ବିସ୍ମିତ କରିଥିଲା। ସଂଗଠନ ଆଗକୁ ବଢୁଥିବା ବେଳେ ତାକୁ ଛିଡାଇ ଦେବା ଲାଗି ଶ୍ରୀକାନ୍ତଙ୍କ କୌଶଳ ତାଙ୍କୁ ମହଙ୍ଗା ପଡିଥିବା କୁହାଯାଉଛି।

ଅନ୍ୟପକ୍ଷ‌େର ଯେଉଁ ଦଳିତ କାର୍ଡ ଖେଳିବା ପାଇଁ ଶ୍ରୀକାନ୍ତ ଚେଷ୍ଟା କରୁଥିଲେ, ଗଣେଶ୍ବର ବେହେରାଙ୍କୁ ଇସ୍ତାହାର କମିଟିର ମୁଖ୍ୟ କରାଯିବା ଦ୍ବାରା ଶ୍ରୀକାନ୍ତଙ୍କୁ ସେହି ପ୍ରସଙ୍ଗରେ କଡ଼ା ଉତ୍ତର ଦିଆଯାଇଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର