ଭୁବନେଶ୍ବର: ଓଡିଶା ପ୍ରଦେଶ କମିଟିକୁ ଭଙ୍ଗ ଏଆଇସିସି ଭଙ୍ଗ କରିଛି। ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ ହୋଇଛି । ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭଙ୍ଗ କରାଯାଇଛି ।

Advertisment

ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭାଙ୍ଗି ଦିଆଯାଇଛି । ବର୍ତ୍ତମାନର ଜିଲ୍ଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି ।ଏଆଇସିସିର ଏହି ନିଷ୍ପତ୍ତି ପରେ ଏବେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ତାଙ୍କ ଟିମ୍ ଦାୟିତ୍ବରୁ ହଟିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ କଂଗ୍ରେସ ରବିବାର ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି। ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ଭାବେ ନିଯୁକ୍ତି କରାଯାଇଛି। ଅଶୋକ ଦାସଙ୍କୁ ବିଧାୟକ ଦଳର ଉପନେତା ଭାବେ ନିଯୁକ୍ତ କରାଯାଇଛି। ସେହିପରି ମୁଖ୍ୟ ସଚେତକ ଭାବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଡ.ରାଜନ ଏକ୍କାଙ୍କୁ ନିଯୁକ୍ତ କରାଯାଇଛି।