ଆଜି ଏଆଇସିସିରେ ଗୁରୁତ୍ବପୂର୍ଣ୍ଣ ବୈଠକ : ନିରଞ୍ଜନ ଓ ନରସିଂହଙ୍କୁ ଦିଲ୍ଲୀ ଡାକରା

ନିର୍ବାଚନ ପାଇଁ ରାହୁଲ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର : ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ଦିନ ବାକି ଥିବାବେଳେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀ ଆସନ୍ତାକାଲି ସବୁ ରାଜ୍ୟର ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଡାକିଛନ୍ତି। ଏଥିପାଇଁ ବିଧାନସଭା ବଜେଟ ଅଧିବେଶନ ସରିବା ପରେ ପରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ଆସନ୍ତାକାଲି ଏଆଇସିସି କାର୍ଯ୍ୟାଳୟରେ ପୂର୍ବହ୍ନ ୧୦ଟା ୩୦ ମିନିଟରେ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ସାଧାରଣ ନିର୍ବାଚନରେ କଂଗ୍ରେସର ଟିକେଟ ବଣ୍ଟନ ସହ ନିର୍ବାଚନ ପାଇଁ ଋଣନୀତି ପ୍ରସ୍ତୁତ କରାଯିବ। ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାକୁ ହଟାଇବାକୁ କଂଗ୍ରେସ କେଉଁଦଳ ସହ ଜାତୀୟ ସ୍ତରରେ ମେଣ୍ଟକରିବ ସେ ନେଇ ମଧ୍ୟ ରାଜ୍ୟର ତୁଙ୍ଗ ନେତାଙ୍କ ସହ କଂଗ୍ରେସ ହାଇକମାଣ୍ଡ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର