ନ୍ୟାୟ ମିଳୁ ନଚେତ୍‌ ଇଚ୍ଛାମୃତ୍ୟୁ

ପ୍ରଶାସନକୁ ଭେଟିଲେ ଏଡ୍‌ସ ଦମ୍ପତି

ଜଗତସିଂହପୁର: ଏଡ୍‌ସ ରୋଗରେ ଆକ୍ରାନ୍ତ ଏରସମା ବ୍ଲକ୍‌ କୁଞ୍ଜକୋଠି ଅଞ୍ଚଳର ଦମ୍ପତି ଆଜି ଜଗତ୍‌ସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଇଚ୍ଛାମୃତ୍ୟୁ ଲୋଡ଼ିଛନ୍ତି। ଏରସମା ବ୍ଲକ୍‌ କୁଞ୍ଜକୋଠି ପଞ୍ଚାୟତର ରଂଜନ ସାହୁ(ଛଦ୍ମ ନାମ) ନିଜ ପତ୍ନୀ ଓ ଛୋଟ ପୁଅକୁ ଧରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରଂଜନଙ୍କ ଅଭିଯୋଗ ଅନୁଯାୟୀ, ଏଡ୍‌ସରେ ସେ ଓ ତାଙ୍କ ପତ୍ନୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଆଉ ଘରେ ପୂରାଇ ଦିଆଯାଇନାହିଁ। ଫଳରେ ବାଧ୍ୟ ହୋଇ ସେ ତାଙ୍କ ବାପାଙ୍କ ନିକଟରୁ ଏକ ଛୋଟ ଜମି କିଣି ସେଠାରେ ଘର କରି ରହୁଛନ୍ତି। ବର୍ତ୍ତମାନ ଗ୍ରାମବାସୀ ସେମାନଙ୍କ ସହ ହେଉନାହାନ୍ତି। ଏପରିକି, ନଳକୂପରୁ ପାଣି ନେବା ପାଇଁ ସୁଯୋଗ ଦିଆଯାଉନାହିଁ। ଛୋଟ ପୁଅଟି ଏହି ଭୂତାଣୁରେ ଆକ୍ରାନ୍ତ ହୋଇନାହିଁ। ତଥାପି, ତାକୁ ବଂଚିବାର ସୁଯୋଗ ଦିଆଯାଉ ନାହିଁ। ପ୍ରତିବାଦ କଲେ ତାଙ୍କୁ ମାଡ଼ ହେଉଛି। ରଂଜନ ବିଭିନ୍ନ ସମୟରେ ଏରସମା ଥାନା ଠାରୁ ଆରମ୍ଭ କରି ଏସ୍‌ପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି। ତଥାପି କିଛି ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ନଚେତ ୩ ଜଣଙ୍କୁ ଇଚ୍ଛା ମୃତ୍ୟୁ ଦେବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର