ଭୁବନେଶ୍ବର : ହାଇଦ୍ରାବାଦଠାରେ ଭେଟନାରୀ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କର ଜଘନ୍ୟ ଗଣଦୁଷ୍କର୍ମ ଓ ନୃଶ˚ସ ହତ୍ୟାର ପ୍ରତିବାଦରେ ଆଜି ଏଆଇଡ଼ିଏସ୍ଓ, ଭୁବନେଶ୍ବର ସିଟି କମିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଓ ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବା, ଟିଭି, ଇଣ୍ଟରନେଟ୍, ବିଜ୍ଞାପନ ଜରିଆରେ ଅଶ୍ଳୀଳତା, ନଗ୍ନତା, ମଦ ମାଦକ ଦ୍ରବ୍ୟର ପ୍ରଚାର ଓ ପ୍ରସାର ବନ୍ଦ କରିବା ପାଇଁ ସଂଗଠନ ଦୃଢ଼ ଦାବି କରିଛି। ଆଜିର ଏହି ଆନ୍ଦୋଳନରେ ସଭାପତି ନସିମ୍ ସରକାର, ସମ୍ପାଦକ ସୁବାସ ନାୟକ, ସିଟି କମିଟି ସମ୍ପାଦିକା ସ୍ବସ୍ତି ସଙ୍ଗୀତା ଦଳାଇ, ଉପସଭାନେତ୍ରୀ ସପ୍ତର୍ସିନି ରାଉଳ, ଛାତ୍ରନେତା ମନୋଜ କୁମାର ପାତ୍ର, ପ୍ରଜ୍ଞାମିତା ଜେନା, ମିନି ମେହେର ପ୍ରମୁଖ ନେତୃତ୍ବ ନେଇଥିଲେ।
ଏଆଇଡିଏସ୍ଓ ପକ୍ଷରୁ ଡାକ୍ତରାଣୀ ପ୍ରିୟଙ୍କା ରେଡ୍ଡିଙ୍କ ଗଣଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ
/sambad/media/post_attachments/wp-content/uploads/2019/12/aidso-protest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)