ବାଲେଶ୍ୱର: ରବିବାର ପୂର୍ବାହ୍ନରେ ସ୍ଥାନୀୟ ଆଇଟିଆର୍ କଲୋନି ପରିସର ମଧ୍ୟରେ ଥିବା ବାଲେଶ୍ୱର ଏମ୍ସ୍ ସାଟେଲାଇଟ୍ ସେଣ୍ଟର୍ ଠାରେ ଭୁବନେଶ୍ୱର ଏମ୍ସ୍ର ୭ମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ।
ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ଏମ୍ସ୍ର ନିର୍ଦେଶକ ଡାକ୍ତର ଗୀତାଞ୍ଜଳି ପଦ୍ମନାଭନ, ବାଲେଶ୍ୱର ଆଇଟିଆର୍ ନିର୍ଦେଶକ ଡାକ୍ତର ବିନୟ କୁମାର ଦାସ, ପିଏକ୍ସିର ନିର୍ଦେଶକ ଡି. କେ. ଯୋଶୀ, ଏମ୍ସ୍ର ଉପନିର୍ଦେଶକ ପି. କେ. ରାୟ।
ମୁକୁନ୍ଦ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଓ ନୀଳାଦ୍ରି ରାୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।