ଭୁବନେଶ୍ବର: ରକ୍ତର ଅଭାବ କାରଣରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଛି। ରୋଗୀ ପାଇଁ ମହଜୁଦ ପରିମାଣର ରକ୍ତ ନମିଳିବା ଅଥବା ଠିକ୍ ସମୟରେ ନ ପହଞ୍ଚିବା କାରଣରୁ ରୋଗୀମାନଙ୍କର ମୃତ୍ୟୁ ହେଉଥିବା ଅନେକ ଥର ଅଭିଯୋଗ ହେଉଛି। ଅନ୍ୟପଟରେ ରୋଗୀଙ୍କ ଆବଶ୍ୟକତା ଅନୁସାରେ ସବୁ ଡାକ୍ତରଖାନାରେ ରକ୍ତ ଉପଲବ୍ଧ ହୋଇପାରୁ ନଥିବାରୁ ଭୁବନେଶ୍ବର ଏମ୍ସ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ରକ୍ତ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି। ଭୁବନେଶ୍ୱର ଏମସରେ ଆଜି ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ସେବା ପରୀକ୍ଷଣ କରାଯାଇଛି।
ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ରକ୍ତ ୟୁନିଟକୁ ଏମ୍ସ ହସ୍ପିଟାଲରୁ ଖୋର୍ଦ୍ଧା ଟାଙ୍ଗୀ ଅଂଚଳକୁ ପଠାଯାଇଛି। ରକ୍ତ ପଂହଚାଇ ସେହି ଡ୍ରୋନ୍ ସୁରକ୍ଷିତ ଭାବେ ଫେରିଆସିଛି। ଆଗାମୀ ଦିନରେ ସମସ୍ତ ପରୀକ୍ଷଣ ସଫଳ ହେଲେ ଏହି ସେବାକୁ ବ୍ୟାପକ କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି।
/sambad/media/post_attachments/wp-content/uploads/2024/01/745e4671-1d80-4d0f-b0d4-e4b91037c0ff.jpeg)
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡ୍ରୋନ୍ ସର୍ଭିସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବନ୍ୟା ଓ ବାତ୍ୟା ଭଳି ଅନ୍ୟ ପ୍ରାକୃତିକ ବିପର୍ଜୟ ସମୟରେ ଡ୍ରୋନ୍ ବ୍ୟବବହାର କରି ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇ ପାରିବ। ଅପହଂଚ ଅଂଚଳ ଗୁଡ଼ିକରେ ମେଡ଼ିସିନ୍ ଠାରୁ ଆରମ୍ଭ କରି ରକ୍ତ, ପ୍ଲେଟ୍ଲେଟ୍ ଇତ୍ୟାଦିକୁ ସହଜରେ ଲୋକଙ୍କ ପାଖରେ ପହଂଚାଯାଇପାରିବ।
ଏମ୍ସ ପକ୍ଷରୁ ଓଡ଼ିଶାରେ ଏହି ସେବା ପ୍ରଥମ ଥର ପାଇଁ କରାଯାଇଛି। ୭୦ କିଲୋମିଟର ଦୂରକୁ ୩୫ ମିନଟ ସମୟ ଲାଗିଛି। ଦିନ ୧୨ଟାରେ ଏମ୍ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍ ପହଞ୍ଚିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/bb01fcb9-1883-4653-a2dd-090f20c4974e.jpeg)