ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖିଲେ ଭୁବନେଶ୍ୱର ଏମ୍‌ସ ଛାତ୍ରୀ

ଭୁବନେଶ୍ୱର: ସ୍ଥାନୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ) ଜାତୀୟ ସ୍ତରରେ ପୁଣି ଥରେ ସୁନାମ ଆଣିଛି। ଏଠାରେ ପଢୁଥିବା ଏମ୍‌ବିବିଏସ୍‌ ଛାତ୍ରୀ ଡ. ବିନିତା କେ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ୧୦୦ ପ୍ରତିଶତ ନମ୍ବର ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ଦେଶର ସମ୍ମାନଜନକ ଡାକ୍ତରୀ ଶିକ୍ଷାନୁଷ୍ଠାନ ଦିଲ୍ଲୀ ଏମସ୍ ପକ୍ଷରୁ ଅନୁଷ୍ଠିତ  ପିଜି ପ୍ରବେଶିକା ପରୀକ୍ଷା ଫଳ ଆଜି ଘୋଷଣା କରାଯାଇଛି। ଶ୍ରେଷ୍ଠ ୧୦୦ ତାଲିକା ମଧ୍ୟରେ ଭୁବନେଶ୍ୱର ଏମ୍‌ସର ୬ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିଭଳି ୧୦୦ ମଧ୍ୟରେ ୩୧ ଜଣଙ୍କୁ ସ୍ଥାନ ମିଳିଛି। ଏହି ପରୀକ୍ଷାରେ ସାମିଲ ଥିବା ୭୪ ଜଣ ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ ମିଳିଛି।

ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ନେଇ ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶକ ଡ. ଗୀତାଞ୍ଜଳି ସ୍ୱାଗତ ଜଣାଇଛନ୍ତି। ସେ ଏମ୍‌ସ ଭୁବନେଶ୍ୱରର ଅଧ୍ୟାପକଙ୍କ ଶିକ୍ଷାଦାନ  ପାଇଁ ସେମାନକୁ ପ୍ରଶଂସା କରିଛନ୍ତି।

ଏହି ପରୀକ୍ଷାରେ ଦେଶର ସମସ୍ତ ଏମ୍‌ସରୁ ଶ୍ରେଷ୍ଠ ୧୦୦ ମଧ୍ୟରେ ୨୯ ଜଣ ସାମିଲ ହୋଇପାରିଛନ୍ତି। ଏଥିରୁ ଭୁବନେଶ୍ୱର, ଯୋଦ୍ଧପୁର ଓ ଋଷିକେଶରୁ ୬ ଜଣ ଲେଖାଏଁ ଛାତ୍ରଛାତ୍ରୀ  ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଭୋପାଲ ଏମ୍‌ସରୁ ୫ ଜଣ, ନୂଆଦିଲ୍ଲୀ ଏମ୍‌ସରୁ ୪ ଜଣ, ପାଟଣା ଓ ରାୟପୁର ଏମ୍‌ସରୁ ଜଣେ ଲେଖାଏଁ ସ୍ଥାନ ପାଇପାରିଛନ୍ତି। ଏହି ପରୀକ୍ଷାରେ ମୋଟ ୪୩୩୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର