୨୫ରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍‌ସ ଓପିଡି, ହସ୍ପିଟାଲରେ ଜାରି ରହିବ ଟେଲିମେଡିସିନ ସେବା

ଭୁବନେଶ୍ବର: ଆସନ୍ତା ୨୫ ତାରିଖଠାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଓପିଡି ସାମୟିକ ସମୟ ପାଇଁ ବନ୍ଦ ରହିବ। ହସ୍ପିଟାଲର କିଛି ସ୍ୱାସ୍ଥ୍ୟକର୍ମୀ ଓ ରୋଗୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଏବଂ କିଛି ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ହସ୍ପିଟାଲ ଓପିଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୫ ତାରିଖରୁ ହସ୍ପିଟାଲର ଓପିଡି କିଛି ଦିନ ପାଇଁ ବନ୍ଦ ରହିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଯେଉଁମାନେ ୨୫ ତାରିଖ ପୂର୍ବରୁ ଅନଲାଇନରେ ରୋଗୀଙ୍କ ଚିକିତ୍ସା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି ସେମାନେ ହସ୍ପିଟାଲ ଆସି ସେବା ପାଇପାରିବେ । କେବଳ ୨୫ ତାରିଖ ପରେ ଓପିଡି ବନ୍ଦ ରହିବ । ଏଥିସହିତ ହସ୍ପିଟାଲ ପରିସରରେ କଡାକଡି ଭାବେ କୋଭିଡ୍ ପ୍ରଟୋକଲ ଫଲୋ କରାଯିବ ବୋଲି କୁହାଯାଇଛି । ସେହିପରି ଓପିଡି ବନ୍ଦ ରହିବେ ବି ହସ୍ପିଟାଲରେ ଟେଲିମେଡିସିନ ସେବା ଜାରି ରହିବ । ଲୋକମାନେ ମୋବାଇଲ୍ ଆପ୍ ଜରିଆରେ ସେବା ପାଇପାରିବେ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର