ନଭେମ୍ବର ୨ରୁ ଖୋଲିବ ଏମ୍‌ସ ଓପିଡି

ସପ୍ତାହ ପର୍ଯ୍ୟନ୍ତ ପ୍ରତି ବିଭାଗରେ ସର୍ବାଧିକ ୩୦ ରୋଗୀ, ନଭେମ୍ବର ୯ ପରେ ଦୈନିକ ୫୦ ରୋଗୀ

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଗତ ଜୁଲାଇ ୧୦ତାରିଖ‌ରୁ ବନ୍ଦ ରହିଥିବା ଏମ୍‌ସର ଓପିଡି ବା ବହିର୍ବିଭାଗ ଖୋଲିବାକୁ ଯାଉଛି। ଆସନ୍ତା ନଭେମ୍ବର ୨ତାରିଖରୁ ସପ୍ତାହ ପର୍ଯ୍ୟନ୍ତ ସବୁ ବିଭାଗରେ ସର୍ବାଧିକ ୩୦ଜଣ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ତେବେ ୯ତାରିଖଠାରୁ ଏହା ବୃଦ୍ଧି ପାଇବ। ସବୁ ବିଭାଗରେ ଦୈନିକ ୫୦ଜଣ ରୋଗୀଙ୍କୁ ଓପିଡି ସୁବିଧା ଦିଆଯିବ ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଦେଖାଦେବା ପରେ ଜୁଲାଇ ମାସରେ ଏହାର ଓପିଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ଏମ୍‌ସ କର୍ତୃପକ୍ଷ। ତେବେ ଡେ କେୟାର ସେବା ସହିତ ରେଡିଓଥେରାପି, ଡାଏଲିସିସ୍, ଟ୍ରମା, ଜରୁରୀକାଳୀନ ସେବା ସହିତ ଆଇପିଡି ସେବା ଜାରି ରହିଥିଲା। ଏହାସହ ଏମ୍‌ସର ସ୍ବାସ୍ଥ୍ୟ ଆପ୍‌ ଓ ଟେଲି‌ ମେଡିସିନ୍ ଜରିଆରେ ରୋଗୀମା‌ନଙ୍କୁ ସେବା ଯୋଗାଇଦିଆଯାଉଥିଲା। ତେବେ ଗତ କିଛିଦିନ ହେବ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଛି। ତେଣୁ ଓପିଡି ସେବାକୁ ପୁନର୍ବାର ଖୋଲିବା ଲାଗି କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଯେଉଁ ରୋଗୀମାନେ ପୂର୍ବରୁ ଟେଲି ମେଡିସିନ୍ ଓ ସ୍ବାସ୍ଥ୍ୟ ଆପ୍ ଜରିଆରେ ସେବା ପାଉଥିଲେ ତାହା ଜାରି ରହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର