୫ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ଘଟଣା: ପ୍ରଥମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ନମୁନା ନେଗେଟିଭ୍

ଟୁଇଟ୍ ଯୋଗେ ଏମ୍‌ସର ସୂଚନା

ଭୁବନେଶ୍ୱର: ସ୍ଥାନୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ)ରୁ ଜଣେ ଛାତ୍ରୀଙ୍କ ସମେତ ୪ ଜଣ କର୍ମଚାରୀ କରୋନା ସଂକ୍ରମିତ ଘଟଣା ନେଇ ଆଜି ଏମ୍‌ସ ପକ୍ଷରୁ ଅଧିକ ସୂଚନା ଦିଆଯାଇଛି। ସେଥିରେ କୁହାଯାଇଛି ଯେ ଗତ ୩ ତାରିଖରେ ଏମ୍‌ସରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ୯ତାରିଖରେ ଆଉ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପ୍ରଥମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ନମୁନା ନେଗେଟିଭ ଆସିଥିବା ନେଇ ଟୁଇଟ୍ ଜରି‌ଆରେ ଏମ୍‌ସ ଭୁବନେଶ୍ୱର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଏମ୍‌ସରେ ଗତ ୯ ତାରିଖରେ ଚିହ୍ନଟ ୪ ଆକ୍ରାନ୍ତଙ୍କ ସଂପର୍କରେ ଭୁବନେଶ୍ବର ମହାନଗର ନିଗମ ଟୁଇଟ୍ କରି ସୂଚନା ଦେଇଥିଲା। ଏହା ସ୍ପଷ୍ଟ କରୁଛି ଯେ ରାଜଧାନୀ ଭୁବନେଶ୍ବରରେ ସ୍ବାସ୍ଥ୍ୟକର୍ମୀମାନେ ଅଧିକରୁ ଅଧିକ ସଂଖ୍ୟରେ କରୋନା ସଂକ୍ରମିତ ହେଉଥିବା ସାମ୍ନାକୁ ଆସିଛି। ବିଏମସି ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଏମ୍‌ସର ଜଣେ ୩୭ ବର୍ଷିୟ ଓ ଅନ୍ୟ ଜଣେ ୩୦ ବର୍ଷିଅ ପୁରୁଷ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ୩୧ ବର୍ଷୀୟ ମହିଳା କର୍ମଚାରୀ ଓ ଅନ୍ୟ ଜଣେ ୨୪ ବର୍ଷୀୟ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି ।

ସମ୍ବନ୍ଧିତ ଖବର