ଟେଲିମେଡିସିନ୍‌ ସୁବିଧା ଯୋଗାଇବ ଏମ୍‌ସ, ଘରେ ବସି ଡାକ୍ତରଙ୍କ ପରାମର୍ଶ ନେଇପାରିବେ ‌ରୋଗୀ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍‌ ସାଇନ୍ସେସ୍‌ (ଏମ୍‌ସ) ଅନେକ ବିଭାଗକୁ ଟେଲିମେଡିସିନ୍‌ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ‌ନେଇଛି। ଫଳରେ ବର୍ହି ବିଭାଗ(ଓପିଡି) ରୋଗୀମାନେ ଘରେ ରହି ଟେଲିଫୋନ୍‌ ଜରିଆରେ ଡାକ୍ତରଙ୍କ ସହ ନିଜ ରୋଗ ବିଷୟରେ ପଚରାଉଚରା କରି ପରାମର୍ଶ ନେଇପାରିବେ।

ଏବେ ସୁଦ୍ଧା ଏମ୍ସରେ ରୋଗୀମାନଙ୍କ ସହ ହ୍ବାଟ୍‌ସଆପ୍‌ ଭିଡିଓ କଲିଂ କରିବାକୁ ୯ଟି ମୋବାଇଲ୍‌ ଟାବ୍‌ଲେଟ୍‌ ଡାକ୍ତରମାନଙ୍କୁ ପ୍ରଦାନ କରାଯାଇଛି। ହ୍ବାଟ୍‌ସଆପ୍‌ ଜରିଆରେ ରୋଗୀମାନଙ୍କୁ ଡାକ୍ତରମାନେ ସେମାନଙ୍କର ଦସ୍ତଖତ ଥିବା ଫଟୋ, ସ୍କାନ,  ପ୍ରେସ୍କ୍ରିପ୍‌ସନର ଡିଜିଟାଲ୍‌ କପି କିମ୍ବା ଇ-ପ୍ରେସ୍କ୍ରିପ୍‌ସନ୍ ପଠାଇବେ।

ପୁରୁଣା ରୋଗୀମାନଙ୍କୁ ଡାକ୍ତରମାନେ ବିଶେଷ କରି ପୂର୍ବରୁ ଖାଉଥିବା ଔଷଧ ନେବାକୁ ପରାମର୍ଶ ଦେବେ କିମ୍ବା ଯେଉଁ ଔଷଧ ରୋଗୀଙ୍କ ପାଇଁ ପୂରାପୂରି ସୁରକ୍ଷିତ ସେପରି ଔଷଧ ହିଁ ସେମାନେ ପରାମର୍ଶ କରିପାରିବେ। ସକାଳ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ ରୋଗୀମାନେ ଏହି ସୁବିଧା  ପାଇପାରିବେ।

ସମ୍ବନ୍ଧିତ ଖବର