ଭୁବନେଶ୍ୱର: ରାଜ୍ୟରେ ବନ୍ଦ ପଡିଥିବା ୭୦ ଟି ମଦଦୋକାନକୁ ପୁନଃ ଖୋଲିବା, ୪ ଟି ନୂଆ ମଦଦୋକାନ ଓ ୩ଟି ମଦକାରଖାନା ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ (ଏଆଇଏମ୍ଏସ୍ଏସ୍) ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି। ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଗତ ବିଧାନସଭା ନିର୍ବାଚନ ସମୟରେ ବିଜେପି ଦଳ କହିଥିଲା ଯେ ସେମାନେ କ୍ଷମତାକୁ ଆସିଲେ ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବ। କିନ୍ତୁ ସରକାରକୁ ଆସିବା ପରେ ଏହି ପ୍ରତିଶ୍ରୁତିକୁ ସେମାନେ ଭୁଲି ଯାଇଛନ୍ତି। ତେଣୁ ଅବିଳମ୍ବେ ଏତାଦୃଶ ଜନ ବିରୋଧୀ ପଦକ୍ଷେପ ସରକାର ପ୍ରତ୍ୟାହାର କରିବା ପାଇଁ ସଙ୍ଗଠନ ଦାବି କରିଛି। ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନର ରାଜ୍ୟ ସଭାନେତ୍ରୀ ସ୍ବୟଂପ୍ରଭା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜ୍ୟ ଉପସଭାନେତ୍ରୀ ନିୟତି ଜାନା, ବିଜୟା ଲକ୍ଷ୍ମୀ ପାତ୍ର, ପ୍ରବାସିନୀ ରାଉଳ, ମାଳବିକା ସାମଲ, ସଞ୍ଜୁକ୍ତା ସାମଲ, ସସ୍ମିତା ସାହୁ, ପ୍ରଭାମଞ୍ଜୁଳା ବ୍ରହ୍ମ, ସୁନିତା ପାଣିଗ୍ରାହୀ, ଭାରତୀ ନାୟକ, ସ୍ବାଧୀନୀ ବେହେରା, ମିଲି ନାୟକ, ରେଖା ଦଣ୍ଡପାଟ ପ୍ରମୁଖ ସାମିଲ ହୋଇଥିଲେ।
ମଦ ଦୋକାନ ଖୋଲିବା ପ୍ରତିବାଦରେ ଏଆଇଏମ୍ଏସ୍ଏସ୍ର ବିକ୍ଷୋଭ
ରାଜ୍ୟରେ ବନ୍ଦ ପଡିଥିବା ୭୦ ଟି ମଦଦୋକାନକୁ ପୁନଃ ଖୋଲିବା, ୪ ଟି ନୂଆ ମଦଦୋକାନ ଓ ୩ଟି ମଦକାରଖାନା ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରି....
/sambad/media/media_files/2025/09/23/untitled-6-2025-09-23-06-46-55.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)