ଅଇଁଠାପାଲି ଆଇଆଇସିଙ୍କ ଉପରୁ ନିଲମ୍ବନ ଉଠିଲା

କଟକ : ଅଇଁଠାପାଲି ହାଜତ ମୃତ୍ୟୁ ଓ ଥାନା ପୋଡ଼ି ମାମଲାରେ ନିଲମ୍ବିତ ପୂର୍ବତନ ଆଇଆଇସି ଶ୍ରୀମନ୍ତ ବାରିକଙ୍କ ଉପରୁ ଆଜି ନିଲମ୍ବନ ଆଦେଶ ଉଠାଇ ଦିଆଯାଇଛି। ବର୍ତ୍ତମାନ ତାଙ୍କୁ ସମ୍ବଲପୁର ହୋମଗାର୍ଡର ଭାରପ୍ରାପ୍ତ ଡିଏସ୍‌ପି ଭାବେ ବଦଳି କରାଯାଇଛି। ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ଶ୍ରୀମନ୍ତ ଅଇଁଠାପାଲି ଥାନାରେ ଭାରପ୍ରାପ୍ତ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ। ଗତ ଫେବ୍ରୁଆରି ୯ ତାରିଖରେ ହାଜତ ଭିତରେ ଅଭିଯୁକ୍ତ ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଥାନା ଭିତରେ ପ୍ରବେଶ କରି ପୋଡାଜଳା କରିଥିଲେ। ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପୁଲିସ୍‌ ଡିଜି ଥାନାର ଭାରପ୍ରାପ୍ତ ଆଇଆଇସି ଶ୍ରୀମନ୍ତ ବାରିକ, ଡିସିଓ ହରିଶ୍ଚନ୍ଦ୍ର ଗଡ଼ନାୟକ ଓ କନଷ୍ଟେବଳ ନିରୂପମା ଚୌଧୁରୀଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ। ନିଲମ୍ବିତ ଅଧିକାରୀ ସମ୍ବଲପୁର ଏସ୍‌ପି କାର୍ଯ୍ୟାଳୟରେ ଡ୍ୟୁଟି କରିଆସୁଥିଲେ।

ସମ୍ବନ୍ଧିତ ଖବର