କରୋନାକୁ କାଟିବ ଏଆଇପିଏଚ୍‌ ଭ୍ରାମ୍ୟମାଣ ପରୀକ୍ଷାଗାର, ରୋଗ ସହିବା ସାମର୍ଥ୍ୟ ଉପରେ ଗବେଷଣା ହେବ

ଭୁବନେଶ୍ୱର : ଓଡ଼ିଶାରେ ବଢ଼ିଚାଲିଥିବା କୋଭିଡ୍‌-୧୯ ସଂକଟର ମୁକାବିଲା ପାଇଁ ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ଏବେ ତା’ର ‘‘ୱାନ୍‌ ହେଲ୍‌ଥ ସେଣ୍ଟର’’ ଅଧୀନରେ ନିଜର କାର୍ଯ୍ୟ ସଂପ୍ରସାରଣ କରିଛି। ରାଜ୍ୟରେ ଦାଦନ ଶ୍ରମିକମାନଙ୍କ ମଧ୍ୟରେ ଏହି କରୋନା ଭୂତାଣୁ ରୋଗ ଠାବ ହେଉଥିବାରୁ ତାହାର ତଦାରଖ କରିବା ଜରୁରି ହେଉଛି। ଏହି ବିଶ୍ୱବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ପ୍ରଖ୍ୟାତ ଭୂତାଣୁତତ୍ତ୍ୱବିଦ୍‌ ତଥା ୱାନ୍‌ ହେଲ୍‌ଥ ସେଣ୍ଟରର ନିର୍ଦେଶକ ପ୍ରାଧ୍ୟାପକ ବ୍ରହ୍ମଦେବ ପଟ୍ଟନାୟକ([email protected] ବା 7978798321)ଙ୍କ ମତାନୁସାରେ ଲକ୍‌ଡାଉନ୍‌ ପରେ ସ୍ୱାଭାବିକତା ଫେରାଇ ଆଣିବାକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମିଳିତ ଉଦ୍ୟମ ଆରମ୍ଭ ହୋଇନାହିଁ। କେମିତି ଏହି ଭୂତାଣୁ ବା ଅନ୍ୟ ସଂକ୍ରାମକ ଜୀବାଣୁ, ମଣିଷ, ପରିବାର, ଗାଆଁ ବା ସହରରେ ବ୍ୟାପିଯାଉଛି, ତାହାର କଡ଼ାକଡ଼ି ତଦାରଖ ହେବାଦରକାର। ରକ୍ତୋଦକବିଜ୍ଞାନ (ସେରୋଲୋଜି) ଅନୁଯାୟୀ ସେହି ସଂକ୍ରାମକ ଭୂତାଣୁ-ଜୀବାଣୁ ପାଇଁ ସୁରକ୍ଷାତ୍ମକ ପ୍ରତିରୋଧକଠାବ କରାଯାଇପାରିବ।

ClarksvilleNow.com

ଅନ୍ୟ ପକ୍ଷରେ କେହି କରୋନାଭୂତାଣୁ ନେଗେଟିଭ୍‌ କି ପଜିଟିଭ୍‌ ଜାଣିବା ପାଇଁ କେବଳ ଆର୍‌ଟି-ପିସିଆର ଟେଷ୍ଟ କରାଯାଉଛି। ଏହା ଦ୍ୱାରା ସଂପୃକ୍ତ ବ୍ୟକ୍ତି କୋଭିଡ୍‌ ରୋଗକୁ ସହିଯିବାର ବା ଅନ୍ୟକୁ ସଂକ୍ରମିତ କରିବାର ବା ନକରିବାର ସାମର୍ଥ୍ୟ ଉପରେ କୌଣସି ସୂଚନା ମିଳେ ନାହିଁ। ଏପରିକି ଦେଖାଯାଉଛି ଓଡ଼ିଶାର ଲୋକଙ୍କ ଭିତରେ ଅନ୍ୟ ରାଜ୍ୟରେ ବୁଲାବୁଲି କରିବାର ୪୭ ଦିନ ପରେ ଏହି ନଭେଲ କରୋନାଭୂତାଣୁର ଅସ୍ତିତ୍ୱ ଧରାପଡ଼ୁଛି। ଏଣୁ ଏହି ରୋଗ କେବଳ ମାସେ ଦିମାସେ ନୁହେଁ ସାରା ବର୍ଷ ବ୍ୟାପିରହିବାର ସମ୍ଭାବନା ରହିଛି। ତେବେ ଏହି ଭୂତାଣୁ ଉପରେ ଧ୍ୟାନକେନ୍ଦ୍ରିତ କରି ଅନ୍ୟ ଏଭଳି ଭୂତାଣୁ ଆଦିକୁ ଅବହେଳା କରାଯାଇପାରିବ ନାହିଁ।

ସେହିପରି ବିଶ୍ୱବିଦ୍ୟାଳୟର ସଭାପତି ତଥା ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ପିନାକୀ ପାଣିଗ୍ରାହୀ କହିଛନ୍ତି ଯେ ହଇଜା ଓ ଆନ୍ଥ୍ରାକ୍ସ ଭଳି ଅନ୍ୟ ସଂକ୍ରାମକ ଭୂତାଣୁ ରୋଗର ବିପଦ ରହିଛି ଓଡ଼ିଶାକୁ ଓ ଭାରତକୁ। ଭୂତାଣୁଟିଏ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଗଲା ବେଳେ ନିଜ ରୂପ ବଦଳାଇଥାଏ। ତାହା ହିଁ ମୁକାବିଲା କରିବାର ବଡ ଆହ୍ୱାନ। ଏଥିପାଇଁ ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ଦୁଇଟି ଭ୍ରାମ୍ୟମାଣ ଲାବୋରେଟୋରି ଭ୍ୟାନ୍‌, ଆଇସିଏମ୍‌ଆର୍‌ ଦ୍ୱାରା ପରିଚାଳିତ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଦୁଇଟି ଲାବୋରେଟୋରି ସହ ସମନ୍ୱୟ ରଖି କାର୍ଯ୍ୟ କରିବ। ଏହା ଯେକୌଣସି ଜିଲ୍ଲାକୁ ଯାଇପାରିବ। ଏହି ବ୍ୟବସ୍ଥାରେ ପ୍ରଥମ କରି ନବଜାତମାନଙ୍କର ଟେଷ୍ଟ୍‌ କରାଯିବ ଏବଂ ଶ୍ୱସନ ଯନ୍ତ୍ରଣା ଭିତ୍ତିକ ରୋଗର ସଫଳ ପରିଚାଳନା ପାଇଁ ଶିକ୍ଷା ଓ ତାଲିମର ଯଥାର୍ଥ ପ୍ରୟୋଗ କରାଯାଇପାରିବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଜେ. ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର