ଏଆଇପିଏଚ୍‌ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରୀୟ ଆଲୋଚନା ଚକ୍ର

ଭୁବନେଶ୍ବର : ଏଆଇପିଏଚ୍ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ‘ପବ୍ଲିକ ହେଲ୍‌ଥ ଓ ସ୍ବାସ୍ଥ୍ୟ ପର୍ଯ୍ୟଟନ’ ଉପରେ ଏକ ରାଷ୍ଟ୍ରୀୟ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୯୦ ଜଣ ଯୋଗ ଦେଇଥିଲେ। ଓଡ଼ିଶାର ପୂର୍ବତନ ପର୍ଯ୍ୟଟନ ସଚିବ ତଥା ଭାରତର ପୂର୍ବତନ ଯୁଗ୍ମ ସଚିବ ବିବେକ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଶ୍ବବିଦ୍ୟାଳୟର କୁଳପତି ଡ.ଜ୍ୟୋତିର୍ମୟ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ପୂର୍ବତନ ଏମିରେଟିସ୍ ବୈଜ୍ଞାନିକ, ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାର ଡା. ଭବାନୀ ଶଙ୍କର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ରିଜୋନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ, ଲାଇଫ୍ ସାଇନ୍ ବିଭାଗର ଡିନ୍ ମହେନ୍ଦ୍ର କୁମାର ସତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏସ୍‌ସିବି ମେଡିକାଲ କଲେଜର ପୂର୍ବତନ ଶିଶୁ ବିଶେଷଜ୍ଞ ଶୈଳଜାନନ୍ଦନ ପରିଡ଼ା, ଆମେରିକାର ମ୍ୟାରିଲ୍ୟାଣ୍ଡ ନିବାସୀ ବବିତା ନାୟକ ଓ ମ୍ୟାରିଲାଣ୍ଡ ବିଶ୍ବବିଦ୍ୟାଳୟର ଛାତ୍ରୀ ଆଦିଶ୍ରୀ ନାୟକ ଏହି ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ସମ୍ମିଳନୀ‌ର ଆବାହକ ଡ. ଜ୍ୟୋତି ରଂଜନ ରାଉତ ଅତିଥିମାନଙ୍କର ପରିଚୟ ଦେଇଥିବା ବେଳେ କୁଳସଚିବ ଡ. ପ୍ରଭାସ ରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥଲେ।

ସମ୍ବନ୍ଧିତ ଖବର