ବନ୍ଦ ହେବ ଭୁବନେଶ୍ୱର-ବ୍ୟାଙ୍କକ ଏୟାର ଏସିଆ ଫ୍ଲାଇଟ୍‌  ?

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୩ରୁ ଭୁବନେଶ୍ୱର-ବ୍ୟାଙ୍କକ ଏୟାର ଏସିଆ ଫ୍ଲାଇଟ ବନ୍ଦ ହେବାର ସମ୍ଭାବନା ରହିଛି । ଆବଶ୍ୟକ ସଂଖ୍ୟକ ଯାତ୍ରୀ ନଥିବାରୁ ଏହି ଫ୍ଲାଇଟ ବନ୍ଦ ହେବ ବୋଲି କହିଛନ୍ତି ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ହୋତା ସୂଚନା ଦେଇଛନ୍ତି । ଗତ ବର୍ଷ ଡିସେମ୍ବର ୭ରୁ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-ବ୍ୟାଙ୍କକ୍‌ ଫ୍ଲାଇଟ ଚଳାଚଳ ଆରମ୍ଭ କରିଥିଲା । ଏହି ଫ୍ଲାଇଟ ସପ୍ତାହକୁ ୩ ଥର ବୁଧବାର, ଶୁକ୍ରବାର ଓ ରବିବାର ଦିନ ଚଳାଚଳ କରୁଥିଲା ।

ସିଧାସଳଖ ଫ୍ଲାଇଟ ଚାଲିବା ପରେ  ଭୁବନେଶ୍ୱରରୁ ବ୍ୟାଙ୍କକ ଯାତ୍ରା ସମୟ ଅନେକ କମିଯାଇଥିଲା ଓ ଖର୍ଚ୍ଚମଧ୍ୟ ଅନେକ କମିଯାଇଥିଲା । ପୂର୍ବରୁ ଓଡ଼ିଶାର ଯାତ୍ରୀମାନେ କୋଲକତା କିମ୍ବା ଅନ୍ୟ ବଡ଼ ସହରକୁ ଯାଇ ସେଠାରୁ ବ୍ୟାଙ୍କକକୁ ଫ୍ଲାଇଟ  ଧରୁଥିଲେ । ଫଳରେ ଅଧିକ ସମୟ ନଷ୍ଟ ହେବା ସହ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ । କିନ୍ତୁ ସିଧାସଳଖ ଫ୍ଲାଇଟ ଚାଲିବା ପରେ ଯାତ୍ରା ସମୟ କମିଯିବା ସହ ଖର୍ଚ୍ଚ ମଧ୍ୟ କମିଯାଇଥିଲା । କିନ୍ତୁ ଏହି ଫ୍ଲାଇଟ ବନ୍ଦ ହେଲେ ଓଡ଼ିଶାର ଯାତ୍ରୀମାନେ ପୁଣି ସମସ୍ୟାରେ ପଡିବା ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର